ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଶାୟତ ଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମେୟର ସୁବାସ ସିଂହ
କଟକ, (ଓ୍ବାଇଏନଏସ):ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଶାୟତ ଙ୍କ ଜନ୍ମ ଜୟନ୍ତୀ ଅବସରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ସି.ଡ଼ି.ଏ ସ୍ତିତ ବିଶ୍ୱନାଥ ପଶାୟତ ପାର୍କ ଠାରେ ଥିବା ସ୍ୱର୍ଗତ ବିଶ୍ୱନାଥ ପଶାୟତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରବା ସହିତ ଓଡିଶା ଉଚ୍ଚ ନାୟାଳୟ ନିକଟରେ ମଧ୍ୟ ଥିବା ସ୍ୱର୍ଗତ ବିଶ୍ୱନାଥ ପଶାୟତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ମେୟର ଶ୍ରୀ ସିଂହ ଙ୍କ ସହିତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ରାଉତ, କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, ପୁସ୍ପିତା ମହାନ୍ତି,ଆରତୀ ସାହୁ ,ସତ୍ୟ ରଞ୍ଜନ ତ୍ରିପାଠୀ,ଆଇନଜୀବୀ ଜଗନ୍ନାଥ ମହାନ୍ତି, ବିନୋଦ ପଣ୍ଡା,ଅଖୟ କୁମାର ଦାସ,ବିଶ୍ୱନାଥ ଧୀର,ଦେବେନ୍ଦ୍ର ପାଣିଗ୍ରାହୀ, ସୁବୋଧ ସେଠି, ଦେବ ସାହୁ, ଲୋକନାଥ ଶୁକ୍ଳା, ବହୁ ବିଶିଷ୍ଠ ସମାଜ ସେବୀ ମାନେ ଉପସ୍ଥିତ ଥିଲେ।