ବଡ଼ ଇଚ୍ଛାପୁରୁ ଗ୍ରାମରେ ବଡ଼ ଧରଣର ଚୋରି
ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ବଡ଼ ଇଚ୍ଛାପୁରୁ ଗ୍ରାମରେ ଏକ ବଡ଼ ଧରଣର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ବଡ଼ ଇଚ୍ଛାପୁରୁ ଗ୍ରାମର କୁବେର ଦଳବେହେରା ନିଜ ଘରେ ତାଲା ପକାଇ ଭଉଣୀ ଘରକୁ ଯାଇଥିବାବେଳେ ଘରେ ଚୋରି ହୋଇଥିବା ଜଣାପଡିଛି। ଗ୍ରାମର ଦୁଇ ଜଣ ଯୁବକ କୁବେର ଦଳବେହେରାଙ୍କୁ ଫୋନ କରି ଖବର ଦେବା ପରେ କୁବେର ଦଳବେହେରା ଗ୍ରାମକୁ ଫେରିଥିଲେ। ଚୋର ମାନେ ଘରର ତାଲା ଭାଙ୍ଗି ଘର ଭିତରେ ଥିବା ପେଢି, ଗଡରେଜ, ଡ୍ରେସିଂ ଟେବୁଲ ପ୍ରଭୃତି ଭାଙ୍ଗି ତାଙ୍କର ଓ ତାଙ୍କ ଭଉଣୀଙ୍କ ସୁନାଗହଣା, ରୂପା, ଜମିର ପଟ୍ଟା, ଗାଡିର କାଗଜପତ୍ର ସହିତ କୁବେରଙ୍କ ୮୦ ହଜାର ଟଙ୍କା ଚୋରିକରି ନେଇ ଯାଇଛନ୍ତି। କୁବେର ପୋଲସରା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ, ପୋଲସରା ଥାନା କେଶ ନଂ ୭୦୮/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲସରା ଥାନା ଆଇଆଇସି କୌଶଳ ମାଝୀ ପ୍ରକାଶ କରିଛନ୍ତି।


