ବନ୍ଧୁ ମିଳନ ଓ ଶିକ୍ଷକ ସମ୍ବର୍ଦ୍ଧନା
ଆରଡି, (ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସାହାସପୁର ଉଚ୍ଚବିଦ୍ୟାପୀଠ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଏବଂ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ସାହୁ, ପ୍ରବୀଣ କୁମାର ଲେଙ୍କା, ସୁଶାନ୍ତ କୁମାର ପଣ୍ଡା, ମହେଶ୍ଵର ମିଶ୍ର, ଉପେନ୍ଦ୍ର ମହାପାତ୍ର, ସଦାନନ୍ଦ ସାହୁ, କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ପୁନମ ଲାକ୍ରା ପ୍ରମୁଖଙ୍କୁ ଆତିଥ୍ୟ ପ୍ରଦାନ ସହ ସମ୍ବଦ୍ଧିତ କରାଯାଇଥିଲା। ଶୁଭକାନ୍ତ ସାହୁ, ଶଶିକାନ୍ତ ମାଝୀ, ଜନପ୍ରିୟା ମାଝୀ, ଇତିଶ୍ରୀ ସାଏନ୍ତ, ସରିତା ଦାସ, ସୁଶାନ୍ତ ମାଝୀ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ଅତୀତର ବିଦ୍ୟାଳୟ ଜୀବନ କଥା ମନେ ପକାଇ ନିଜରଵମନର କଥା ପ୍ରକାଶ କରିଥିଲେ । ପରେ ସମସ୍ତ ସାଥୀମାନେ ନିଜ ନିଜର ଭାବର ଆଦାନ ପ୍ରଦାନ କରିଥିଲେ। ଶେଷରେ ସମସ୍ତେ ନୃତ୍ୟ, ଝୁମିଥିଲେ |


