ଦକ୍ଷିଣପୂର୍ବ ସମ୍ଭାଗସ୍ତରୀୟ ପ୍ରଧାନାଚାର୍ଯ୍ୟଙ୍କ ବୈଠକ

ଆସିକା(ୱାଇଏନ୍‍ଏସ୍‍) :ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଦକ୍ଷିଣ ପୂର୍ବ ସମ୍ଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ସମ୍ଭାଗସ୍ତରୀୟ ପ୍ରଧାନାଚାର୍ଯ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡଙ୍କ ସଂଯୋଜନା ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ଶିକ୍ଷାବିତ୍‍ ଡଃ ବିନୋଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ଏହି ଏକଦିବସୀୟ ପ୍ରଧାନାଚାର୍ଯ୍ୟମାନଙ୍କ ସମ୍ଭାଗସ୍ତରୀୟ ବୈଠକରେ ଦକ୍ଷିଣପୂର୍ବ ସମ୍ଭାଗ ଅନ୍ତର୍ଗତ ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଆସିକା, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ଭଂଜନଗର, ଫୁଲବାଣୀ, ବାଲିଗୁଡା, ପାରଳାଖେମୁଣ୍ଡି, ଚିକିଟି, ଗୁଣପୁର ସଂକୁଳ ଅଞ୍ଚଳର ୭୨ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟମାନେ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିର ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ନେଇଥିଲେ । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ସମ୍ଭାଗସ୍ତରୀୟ ପ୍ରଧାନାଚାର୍ଯ୍ୟଙ୍କ ବୈଠକରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିକାଶ ସମିତିର କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଓ କାର୍ଯ୍ୟକାରିଣୀ ସଦସ୍ୟ କିରଣ କୁମାର ପାଢୀ, ଦକ୍ଷିଣପୂର୍ବ ସମ୍ଭାଗର ସଭାପତି ଅଧ୍ୟାପକ ଡଃ ତାରାପ୍ରସାଦ ଦାଶ ଓ ସଂପାଦକ ଦୀପକ କୁମାର ମହାରଣା, ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଂପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁଡିକରେ କାର୍ଯ୍ୟକାରୀ ହୋଇଥିବା ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା, ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସେମାନଙ୍କ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଦିଗରେ ମାର୍ଗଦର୍ଶନ କରିବା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରେରଣା ପ୍ରଦାନ କରାଯାଇଥିଲା । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ସମ୍ଭାଗସ୍ତରୀୟ ପ୍ରଧାନାଚାର୍ଯ୍ୟ ବୈଠକକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଗୁରୁଜୀ ସ୍ୱଦେଶ କୁମାର ଦଳେଇ, ନିତ୍ୟାନନ୍ଦ ସାହୁ, ରବିନ୍ଦ୍ର କୁମାର ସାହୁ, ବାଇଧର ପ୍ରଧାନ, କୃôତିବାସ ମହାପାତ୍ର, ପ୍ରଭାସ କୁମାର ସାହୁ, ଗୀତାଞ୍ଜଳୀ ସାବତ, ଅନିତା ତ୍ରିପାଠୀ, ସୁଚିତ୍ରା ମହାପାତ୍ର, ସ୍ୱପ୍ନରାଣୀ ସାହୁ, ସନ୍ତୋଷ କୁମାର ସ୍ୱାଇଁ, ଉମାକାନ୍ତ ରଣା, କିରଣ କୁମାର ଜେନା, ଗୀତାଞ୍ଜଳୀ ପଟ୍ଟନାୟକ, ମମତା ସାହୁ, ଅନନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା, କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ତରଫରୁ ଗତ କିଛି ଦିନ ତଳେ ଅନୁଷ୍ଠିତ ହୋଇଯାଇଥିବା ପ୍ରାଦେଶିକ ଭାରତୀକୃଷ୍ଣ ଗଣିତ ପ୍ରତିଭା ଓ ମେଧା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦକ୍ଷିଣପୂର୍ବ ସମ୍ଭାଗର ୯ଟି ସଙ୍କୁଳର ପ୍ରାୟ ୪୫ରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀଙ୍କୁ ଏହି ଅବସରରେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ