ବନ୍ତକୁ ଏନ୍‌ଏସି ଘୋଷଣା ନେଇ ବୈଠକ

ବନ୍ତ,(ଚାନ୍ଦିନୀ ମହନ୍ତି) : ଭଦ୍ରକ ଜିଲାର ବନ୍ତକୁ ଏନ.ଏ.ସି ଘୋଷଣା କରିବା ନେଇ ବନ୍ତ ଅଞ୍ଚଳବାସୀ ବହୁ ଦିନରୁ ଦାବୀ କରୁଆସୁଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ୭ ଜିଲାରେ ୧୨ ନୂଆ ଏନ.ଏ.ସି ଘୋଷଣା କରିଥିବା ବେଳେ ବନ୍ତ ବାଦ ପଡିଛି । ଏହାକୁ ନେଇ ଆଜି ବନ୍ତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତୃତ୍ୱଙ୍କ ସମେତ ବହୁ ବୁଦ୍ଧିଜୀବି ମାନେ ଉପସ୍ଥିତ ହୋଇ ବନ୍ତକୁ ଏନ.ଏ.ସି ଘୋଷଣା ପାଇଁ ଦାବୀ କରିଥିଲେ । ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ତଥା ସମାଜସେବୀ ଡ.ମନ୍ମଥ କୁମାର ରାଉଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବନ୍ତରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ସଦାସର୍ବଦା ବନ୍ତ ଅଞ୍ଚଳବାସୀଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ବନ୍ତ ସଦର ମହକୁମାରେ ବ୍ଲକ, ତହସିଲ, ସବ୍ ରେଜେଷ୍ଟି ଅଫିସ, ଜଳ ସେଚନ ଅଫିସ, ଆର.ଡି ଅଫିସ, ପୋଷ୍ଟ ଅଫିସ, ଥାନା, ଡାକ୍ତରଖାନା ସମେତ ହାଇସ୍କୁଲ ଓ କଲେଜ ଆଦି ରହିଛି । ମାତ୍ର ବିଭିନ୍ନ ବ୍ଲକରେ ଫାଷ୍ଟଟ୍ରାକ୍ କୋର୍ଟ ଖୋଲି ସାରିଥିବା ବେଳେ ଏଠାରେ ତାହା ଖୋଲି ପାରିନାହିଁ । ସେହିପରି ଏଠାରେ ଦମକଳ କେନ୍ଦ୍ର, ସବ୍ ଟ୍ରେଜେରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଏସ.ବି.ଆଇ ଶାଖା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତିଷ୍ଠା ହୋଇ ପାରିନାହିଁ । ଏସବୁ ପରେ ଆବଶ୍ୟକ ଭିତ୍ତିଭୂମି ଏବଂ ସମସ୍ତ ସରକାରୀ ଗାଇଡ ଲାଇନ ଅନୁସାରେ ବନ୍ତ ସଦର ମହକୁମା ଏନ.ଏ.ସି ପାଇଁ ଯୋଗ୍ୟ ହୋଇଥିବା ବେଳେ ତାହାକୁ ଅଣଦେଖା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଦଳଗତ ନିର୍ବିଶେରେ ସମସ୍ତ ଅଞ୍ଚଳ ବାସୀ ବନ୍ତକୁ ଏନ.ଏ.ସି ଘୋଷଣା ପାଇଁ ଦୃଢ ଦାବୀ କରିଛନ୍ତି । ଏନେଇ ଆଜିର ବୈଠକରେ ଏକ ଉପଦେଷ୍ଟା କମିଟି ଏବଂ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ସାଂସଦଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ରାଜ୍ୟ ବିଜେପି ସଭାପତିଙ୍କୁ ଭେଟି ଦାବୀ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଶ ପ୍ରସାଦ କରଶର୍ମା, ସମାଜସେବୀ ତ୍ରିଲୋଚନ ପଣ୍ଡା, ଡାକ୍ତର ମୂରଲୀଧର ସୂତାର, ଅକ୍ଷୟ କୁମାର ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଯୁବନେତା ସୁବାଷ ଦାସ, ସ୍ମୃତି ରଞ୍ଜନ ସ୍ୱାଇଁ, ଇଂ.ଲକି ମାଷ୍ଟର ସ୍ୱାଇଁ, ପରମେଶ୍ୱର ବାରିକ, ବିିପିନ ନାୟକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ରମାକାନ୍ତ ପାଣିଗ୍ରାହୀ, ରାଧାକାନ୍ତ ସାହୁ, ମାର୍କଣ୍ଡ ବେହେରା, ସଞ୍ଜୟ କୁମାର ମଜୁମଦାର, ନାରାୟଣ ଚନ୍ଦ୍ର ଲେଙ୍କା, ସେକ୍ ୟାକତ୍ ଅଲ୍ଲୀ, ନାରାୟଣ ଚନ୍ଦ୍ର ସାମଲ, ରମାକାନ୍ତ ଜେନା, ଅଜୟ କୁମାର ପୃଷ୍ଟି, ସୁଧାଂଶୁ ଶେଖର ନାୟକ, ଲକ୍ଷ୍ମୀ ବେହେରା, ଶତୃଘ୍ନ ମହାରାଜ, ପ୍ରମୋଦ ଗୋଚ୍ଛାୟତ, ସୀତାରାମ ପତି, ସୁଧାଂଶୁ ଶେଖର ମହାନ୍ତି, ଏଲ.ଅମରଜିତ୍ ସ୍ୱାଇଁ, ପ୍ରଭାତ କୁମାର ଜେନା, ପ୍ରଦ୍ୟୁମ୍ନ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ