ଜୀବନ ବିନ୍ଦୁ ୟୁଥ କ୍ଲବ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଏହା ଶ୍ରେଷ୍ଠ ସମ୍ପତି। ଆଜି ବି ଅନେକ ଲୋକ ସମୟ ଅଭାବରୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି। ତେଣୁ ସେମାନେ କିପରି କିଭଳି ସୁସ୍ଥ ରହିବେ ସେ ନେଇ ଅଣ୍ଟା ଭିଡିଛି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜୀବନ ବିନ୍ଦୁ ୟୁଥ କ୍ଲବ “। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ବାଲିଯାତ୍ରା ରେ କ୍ଲବ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।କେବଳ ସ୍ୱାସ୍ଥ୍ୟ ନୁହେଁ ଲୋକଙ୍କୁ କିଭଳି ସେବା ଯୋଗାଇବା ପାଇଁ ଅହରହ ପ୍ରୟାସ କରିଛି ଜୀବନ ବିନ୍ଦୁ ୟୁଥ କ୍ଲବ। ବୁଧବାର ଓ ଗୁରୁବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀରଜାହାନିଆ ବାଲିଯାତ୍ରା ପଡିଆରେ କ୍ଲବ ତରଫରୁ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଅତିଥି ଭାବେ ଅସ୍ତରଙ୍ଗ ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା, ଅନ୍ୟତମ ଅତିଥି ନୂଆଗଡ ସାମୁଦ୍ରିକ ଥାନାଧିକାରୀ ଅଚ୍ୟୁତାନନ୍ଦ ବେହେରା, କ୍ଲବ ସଭାପତି ସୁଦାମ ପ୍ରଧାନ, ଉପସଭାପତି ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ ହୋଇଥିଲା। କ୍ଲବ ସଭାପତି ସୁଦାମ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଗ୍ରାମାଞ୍ଚଳ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଏଭଳି ପ୍ରୟାସ ଜାରୀ ରଖିଛନ୍ତି। କେବଳ ବ୍ଲଡ଼ ପ୍ରେସର ସୁଗାର ଆଦି ନୁହେଁ ସମସ୍ତ ପ୍ରକାର ପରୀକ୍ଷା କରାଯାଇଥିଲା। ଆଖି ଠାରୁ ଆରମ୍ଭ କରି ଇସିଜି, ଦନ୍ତ, ଶଲ୍ୟ, ଅସ୍ଥିଶଲ୍ୟ, କୀଡିନ ରୋଗ, ଭେଷଜ (ମେଡ଼ିସିନ ), ଦନ୍ତ ରୋଗ, ଶରୀର ଯନ୍ତ୍ରଣା ଜନିତ ରୋଗ ସହ ୭ଶହ ରୁ ଉର୍ଦ୍ଧ ଲୋକ ଙ୍କୁ ମାଗଣା ଔଷଧ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କରାଯିବା ସହ ଡକ୍ଟରଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା। ଯେଉଁ ବିଶେଷଜ୍ଞ ଡାକ୍ତର ଙ୍କୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ବା ଦିନଦିନ ଲାଗିଯାଇଥାଏ ସେହିଭଳି ଡକ୍ଟର ଲୋକ ଙ୍କ ଦ୍ୱାର ଦେଶରେ କ୍ଲବ ପହଞ୍ଚାଇ ମାଗଣା ସେବା ଓ ଔଷଧ ଯୋଗାଇଇଥାଏ।ବାଲିଯାତ୍ରା ରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ହୋଇଥିବାରୁ କ୍ଲବ ସମସ୍ତ ସଦସ୍ୟ ଙ୍କୁ ଲୋକେ ପ୍ରଶଂସା କରିଥିଲେ। ଲୋକଙ୍କ ପାଇଁ ଏହିଭଳି ଶିବିର ଆଗକୁ ମଧ୍ୟ ଜାରୀ ରହିବ ବୋଲି କ୍ଲବ ସଭାପତି ତରଫରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ