ମେଘା ପ୍ରକଳ୍ପ କାର୍ଯ୍ୟରେ ଲାଗୁନି ସୂଚନା ଫଳକ: ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ଅବଦ୍ଧି ଶେଷ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ତତ୍କାଳୀନ ସରକାର ରାଜ୍ୟରେ ସମସ୍ତ ଲୋକଙ୍କୁ ସୁଧ ପାନୀୟ ଜଳ ପିଇବା ପାଇଁ ମେଘା ପ୍ରକଳ୍ପ ଗତ ଦୁଇ ବର୍ଷରୁ ଅଧିକ ହେବ କାର୍ଯ୍ୟକ୍ଷମ ହେଇଛି। ମେଘା ପ୍ରକଳ୍ପ ସ୍ଥାନରେ ଲାଗୁନି ଫଳକ ଯାହା ଫଳରେ ଲୋକେ ଜାଣି ପାରୁନାହାନ୍ତି ପ୍ରକଳ୍ପର ଅଟକଳ। ଏମିତିକି ବେଆଇନ ଭାବରେ ବିଜୁଳି ତାର ଖୁଣ୍ଟରୁ ଟାଣି ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ୱେଲଡିଂ କେମ୍ପରେ ଆଲୋକ ଜଳାଉ ଥିବାରୁ ଲୋକଙ୍କ ଉପରେ ଆସୁଛି ଅଧିକ ବିଲ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏମିତି କି ଅବଦ୍ଧି ଶେଷ ହୋଇଥଲେ ମଧ୍ୟ କାର୍ଯ୍ୟ ଶେଷ ହେବାର ନା ନେଉନଥିବାରୁ ଜେନ ତେନ ପ୍ରକାରେ କାର୍ଯ୍ୟ ସାରିବା ପାଇଁ ଠିକାଦାର ମନିମ୍ନମାନର କାର୍ଯ୍ୟ ଶେଷ କରିବା ପାଇଁ ପ୍ରାଣ lପଣେ ଚେଷ୍ଟା କରୁଛନ୍ତି ପେଟି ଠିକାଦାର। ନିମନମାନର ବାଲି,ସିମେଣ୍ଟ ଓ ଲୁହା ଛୋଡ ଲଗାଇ ତରବରିଆ ଭାବେ କାର୍ଯ୍ୟ କରୁଥିବାରୁ ସ୍ଥାୟିତ୍ୱ କୁନେଇ ପ୍ରଶ୍ନ ଉଠିଛି। କେତେ ଟଙ୍କାର ଓ କେବେ ଶେଷ ହେବ ବ୍ଲକର ଜୈନିକ ମହିଳା ଯନ୍ତ୍ରୀ ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।କୋଟି କୋଟି ଟଙ୍କା ଖର୍ଚ୍ଚ କରି  ଦୁଇବର୍ଷ ରୁ ଅଧିକହେବ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାମ ନେଇନି। ମୁଖ୍ୟ ଠିକାଦାରରୁ  ପେଟି ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରିଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୭୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୩୧୫ଗୋଟି ରାଜସ୍ୱ ଗ୍ରାମ ସହ ପଡା ଗ୍ରାମ ମଧ୍ୟ ରହିଛି।ଏହି ବ୍ଲକରେ ନାଗାବଳି ନଦୀରୁ ପାଣି ଉଠାଇ ଧମଳିମା, ଭାତପାରିସୀ ନାଳ ନିକଟରେ, ମନାରୀ ଗୁଡା, ସାନ ବାମନ ଗୁଡା ଗ୍ରାମ ନିକଟରେ ବିଭିନ୍ନ ଗ୍ରାମରେ ପାଣି ଷ୍ଟରେଜ ପାଇଁ ବଡ଼ବଡ଼ ଟାଙ୍କି କରିଛନ୍ତି। ଉକ୍ତ ପାଣିକୁ ବିଭିନ୍ନ ଗ୍ରାମରେ ଥିବା ଉଚ୍ଚା ପାଣି ଟାଙ୍କିକୁ ଯୋଗାଣ ହେବ। ବ୍ଲକର ସମସ୍ତ ଗ୍ରାମ ମାନଙ୍କୁ ନଳକୂପ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଅଚଳ ହୋଇ ପଡୁଛି। ବର୍ଷା ଦିନରର ମେଘୁଆ ପାଗ ଯୋଗୁ ନଲକୁପରୁ ପାଣି ଆସୁନଥିବାରୁ  ଲୋକେ ବହୁ ଅସୁବିଧାରେ ସମୁଖୀନ ହୋଇ ଜଳ କଷ୍ଟ ଭଗୁ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରୁନଥିବାରୁ ଲୋକେ ଅତିଷ୍ଟ ହୋଇ ପଡିଛନ୍ତି। ବ୍ଲକର ପ୍ରତିଗ୍ରାମ ଓ ସାହିକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟ କରୁଛି। କିନ୍ତୁ ସାହି ଓ ପଡା ମାନଙ୍କରେ ରାସ୍ତା ଖୋଳି ପାଇପ ପକାଇ ବିଛାଇ ଘରଘର କୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସ୍ଥାପନ କରାଯାଇଛି। ଷ୍ଟାଣ୍ଡ ପୋଷ୍ଟ ଗୁଡାକ ଘର ଦାଣ୍ଡରେ ସେମିତି ରହି ଭାଙ୍ଗିରୁଜି ଇତିହାସ ପାଲଟି ଗଲାଣି। ସିମେଣ୍ଟ ରାସ୍ତାରେ ଖୋଳାଯାଇ ଥିଲେ ମଧ୍ୟ ଠିକାଦାର ମରାମତି ନକରି ଛାଡି ଦେଇଥିବାରୁ ଲକ୍ଷଲକ୍ଷ ଟଙ୍କାର ରାସ୍ତା ଭାଙ୍ଗିରୁଜି ଗଲାଣି।ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଗ୍ରାମ୍ୟ ରାସ୍ତା ଓ ରାଜ୍ୟ ରାସ୍ତା କଡ଼ରେ ପାଇପ ବିଛାଇବା ପାଇଁ ଅତି କମ ଖୋଳିଯାଇ ପାଇପ ପକାଯାଉଥିବାରୁ ଯାନ ବାହାନା ସାଇଡ ଦେବା ସମୟରେ ଦୁର୍ଘଟଣା ଘଟୁଛି। ରାସ୍ତାର ବହୁ ଦୂରରେ ଗଭୀର ୧ ମିଟର ଖଲିବାର  ଓ ଗୋଟିଏ ପାର୍ଶ୍ଵ ପାଣି ପାଇପରେ ପାଣି ଟାଙ୍କିକୁ ଯିବା ଓ ଅନ୍ୟ ପାର୍ଶ୍ଵରେ ଟାଙ୍କିରୁ ପାଣି ପାଇପକୁ ଯୋଗାଇବା ନିୟମ ଥିଲେ ମଧ୍ୟ ମାତ୍ର ଦୁଇ ଫୁଟ ଖୋଳି ଗୋଟିଏ ସ୍ଥାନରେ ପାଇପ ପକାଇଛନ୍ତି। ଉକ୍ତ ନିମ୍ନମାନର କାର୍ଯ୍ୟ ଦୁଇ ପାର୍ଶ୍ଵ ଖୋଲିଲା ଭଳି ଦେଖାଇ ବ୍ଲକର ବିଭାଗ ଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିଳାରେ ବିଲ କାରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁ ଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।ବର୍ଷା ଦିନରେ ବିଭିନ୍ନ ଗ୍ରାମରେ ସଲାର ଚାଲୁନଥିବା ଓ ଅଚଳ ହୋଇ ପଡ଼ିଥିବା ମେଘା ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କରୁଥିବାରୁ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନାହିଁ ବୋଲି ଅଚଳବାସୀ ଅଭିଯୋଗ କରିଛନ୍ତି। ଚାରି ମାସ ପୂର୍ବେ ନୂତନ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି  ବ୍ଲକ ର ବିଭିନ୍ନ ଅଞ୍ଚଳ ଗସ୍ତ କରିବାବେଳେ ଧମଳିମା,ଭାତ ପରିସୀ ନିକଟରେ ହେଉଥିବା ମେଘା ଜଳ ପ୍ରକଳ୍ପର ପ୍ରକଳ୍ପକୁ ଜିଲାପାଳ ଦେଖି ବିଳମ୍ବ ହେବାର ଜାଣି ବିଗିଡି ଥିଲେ। ଯୁଦ୍ଧ କାଳୀନ ଭତରେ କାର୍ଯ୍ୟ କରିବୁ ବୋଲି ଠିକାଦାର ପ୍ରତିସୃତି ଦେଇଥିଲେ ତରବିରିଆ ଭେବେ ଅତି ନିମ୍ନମାନର କାର୍ଯ୍ୟକାରୀ ରଙ୍ଗ ମାରି ଦେଇଥିବା ଅଭିଯୋଗ ହୋଇଛି। ସେହି ଭଳି ମନାରୀ ଗୁଡା ଠାରେ ନିର୍ମାଣ ହେଉଥିବା ପ୍ରକଳ୍ପ କୋଡିଏ ପ୍ରତିଶତ କାର୍ଯ୍ୟ ଚାଲୁଥିବା ବେଳେ ଆଉ କେତେବର୍ଷ ଲାଗିବ ଲୋକଙ୍କୁ କେବେ ପାଣି ମିଳିବ ଅନାଇ ବସିଛନ୍ତି।ଏଣୁ ଜିଲାପାଳ ଜିଲ୍ଲା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳ ବାସି ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ