ବେଆଇନ ଲଟେରି ବନ୍ଦ ପାଇଁ ଏସ୍ପିଙ୍କୁ ଦାବିପତ୍ର
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲା କାଳିମେଳାରେ ଏକ ମୋବାଇଲ ଦୋକାନ ପକ୍ଷ ପକ୍ଷରୁ ମୋବାଇଲ କିଣିଲେ କାର୍ ବାଇକ୍ ସମେତ ବିଭିନ୍ନ ପୁରସ୍କାର ଦେବା ନାମରେ ଲଟେରି କୁପନ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ କିଣିଲେ ଗ୍ରାହକଙ୍କୁ ଲଟେରି କୁପନ ଦିଆଯାଉଥିବା ଅଭିଯୋଗ ହୋଇଛି ଏହାକୁ ବେଆଇନ ଦର୍ଶାଇ ମାଲ୍ୟବନ୍ତ ମୋବାଇଲ ରିଟେଲର ଆସୋସିଏଶନ ପକ୍ଷରୁ ମାଲକାନଗିରି ଏସ୍ପିଙ୍କ ନିକଟରେ ଦାବିପତ୍ର ଦିଆଯାଇଛି ଏଥିସହ ଉକ୍ତ ଦୋକାନରେ ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କିବା ମଧ୍ୟ ଅଭିଯୋଗ କରି ଏହାର ତଦନ୍ତ ପାଇଁnଦାବି କରାଯାଇଛି ଲଟେରି କୁପନ ପାଇଁ ଦୋକାନ ସମ୍ମୁଖରେ ଭିଡ଼ହେବା ସହ ଜାତୀୟ ରାଜପଥରେ ଗାଡ଼ି ପାର୍କିଂ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଆସୋସିଏଶନ ଅଭିଯୋଗ କରିଛି। ଏହା । ସହ ଜିଲାରେ ଲାରେ ଆହୁରି ଅନେକ ଦୋକାନୀ ମଧ୍ୟ ଏହି ସମାନ ମାନ ଲଟେରି କରୁଥିବା ବେଳେ ଏ ସମସ୍ତଙ୍କ ବିରୋଧରେ ପଦକ୍ଷେ ନେବାକୁ ଦାବି ହୋଇଛି ଅଭିଯୋଗକୁ ଗୁରୁତ୍ବ ଦେଇ ଅତିରିକ୍ତ ଏସ୍ପି ରାଜକିଶୋର ଦାଶ ଲଟେରି ବନ୍ଦ କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


