ଦିବଂଗତ ପିଇଓଙ୍କ ପାଇଁ ସ୍ମୃତିସଭା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଡ଼ଅଁର ପଞ୍ଚାୟତର ପିଇଓ କ୍ଷେତ୍ରବାସୀ ସିଂ ଙ୍କ ଅକାଳ ବିୟୋଗ ଘଟିଛି। ଗତ ୨୬ତାରିଖ ଦିନ ତାଙ୍କ ପୈତୃକ ଗ୍ରାମ ବିନିଦା ଠାରେ ତାଙ୍କର ବିୟୋଗ ଘଟିଥିଲା। ଏଥିଲାଗି ଆଜି ଆଜି ଅପରାହ୍ନରେ ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ବ୍ଲକ ପରିସରରେ ଏକ ସ୍ମୃତିସଭା କରାଯାଇ ଥିଲା। ଏଥିରେ ଏବିଡ଼ିଓ ରଶ୍ମିରେଖା ନାଇକ, ସହକାରୀ ଜୟଦେବ ନିର୍ବାହୀ ଯନ୍ତ୍ରୀ ଜୟଦେବ ପାତ୍ର, ମୋନାଲିଶା ନାୟକ, ଯୋଗାଣ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ଦାସ, କନିଷ୍ଠ ଯନ୍ତ୍ରୀ କାମେଶ୍ୱର ସାହୁଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ଅନେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ସ୍ବର୍ଗତ କ୍ଷେତ୍ରବାସୀ ସିଂ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ