ମରେଇଗାଁ ପଞ୍ଚାୟତ ବିବାଦ ସମାଧାନ
ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ଙ୍କ ଭିତରେ ବିବାଦ ସୃଷ୍ଟି ହୋଇ ଅନାସ୍ଥା ନୋଟିସ ପର୍ଯ୍ୟନ୍ତ କଥା ଯାଇଥିଲା। ସରପଞ୍ଚଙ୍କ ବିରୋଧରେ କିଛି ଓ୍ବାର୍ଡ଼ ସଭ୍ୟ ସଭ୍ୟା ମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଅନସ୍ତା ଆଣିବା ପାଇଁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଅଧ୍ୟକ୍ଷା ଓ ବିଧାୟକ ଙ୍କ ହସ୍ତକ୍ଷେପ ଦ୍ୱାରା ଆସୁ ସମାଧାନ ହୋଇଛି। ଆଜି ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ଅଧ୍ୟକ୍ଷା, ବିଡ଼ିଓ, ତହସିଲଦାର ଏବଂ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ବସି ଆଲୋଚନା କରିବା ସହିତ ସୃଷ୍ଟି ହୋଇଥିବା ବିବାଦ ର ସମାଧାନ କରିଛନ୍ତି। ଭବିଷ୍ୟତରେ ସରପଞ୍ଚ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି କହିଛନ୍ତି।