ମନ୍ତ୍ରୀଙ୍କ ଦ୍ୱାରା ମଣ୍ଡି ଗୃହର ଭିତ୍ତିପ୍ରସ୍ତର ଓ ଜନ ଅଭିଯୋଗ ଶୁଣାଣି
ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲିସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲମ୍ବ ପଞ୍ଚାୟତରେ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ପାଇଁ ନୂତନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ବିଜେପିର ପ୍ରତିଜ୍ଞା ପତ୍ର ମାଧ୍ଯମରେ ବିଜେପି ଦଳରେ ଏକତ୍ରିତ ହୋଇ ରହି ଦଳକୁ ସୃଦୃଢ଼ କରିବା ପାଇଁ ଶପଥ ପାଠ କରାଯାଇଥିଲା। ଉକ୍ତ ଦୁଇ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇଥିଲେ। ଏହି ନୂତନ ମଣ୍ଡି ଗୃହ ଦ୍ଵାରା ଚାଷୀକୁଳ ବିଶେଷ ଭାବେ ଉପକୃତ ହେବେ। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଚାଷୀଙ୍କ ଉନ୍ନତି ନିହାତି ଆବଶ୍ୟକ। ସେଥିପାଇଁ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ବୋନସ ଦେବା ସହ ଝୋଟ, ମୁଗ ଓ ସୂର୍ଯ୍ୟମୁଖୀ ଫସଲର ଏମଏସପି ଦୁଇଗୁଣ କରିଛନ୍ତି। ଯାହାକି କୃଷକଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ ମତପ୍ରକାଶ କରିଥିଲେ। ଏହାସହିତ କଳମ୍ବ ଗ୍ରାମର ଡ୍ରାମା ପେଣ୍ଡାଲ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଦ୍ବାରା ଶତାଧିକ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଜନ ଅଭିଯୋଗ ଶୁଣାଣି ଲୋକଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିବା ସହ ନିଜର ଅଭିଯୋଗ ନେଇ ଆସିଥିବା ଜନସାଧାରଣଙ୍କ ସମସ୍ୟା ଦୂରୀକରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଜିତ ସାଙ୍ଗଠନିକ ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନକୁ ସୁଦୃଢ କରିବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଏକ ପ୍ରତିଜ୍ଞା ପତ୍ର ପ୍ରଦାନ କରାଯାଇ ମନ୍ତ୍ରୀ ଓ ସାଂସଦ ଙ୍କ ଉପସ୍ଥିତରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ମଣ୍ଡି ଉଦଘାଟନ ଓ ଜନ ଶୁଣାଣି ଦୁଇ କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ସାଂସଦଙ୍କ ସମେତ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବହୁ ଲୋକପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ କଳମ୍ବ ଗ୍ରାମର ସୁକାନ୍ତ ପ୍ରଧାନଙ୍କ ଝିଅ ବୈଜୟନ୍ତୀ ମାଳା ପ୍ରଧାନ ନିଜେ ଆଙ୍କିଥିବା ଫୋଟୋ ଚିତ୍ର ମନ୍ତ୍ରୀ ଓ ସାଂସଦଙ୍କୁ ପ୍ରଦାନ କରିଥିଲେ।