କାଠଯୋଡ଼ିରେ ବୁଡ଼ି ନାବାଳକ ନିଖୋଜ
କଟକ, (ଓ୍ବାଇଏନଏସ):କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିବା ବେଳେ ଅଗ୍ନିସମ ବାହିନୀ ଜଣକୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଥିବା ବେଳେ ଅନ୍ୟ ଜଣେ ନାବାଳକ ନିଖୋଜ ଅଛି। କୂଳସରିଚୁଆଁ ନିକଟ କାଠଯୋଡ଼ି ନଦୀରେ ରବିବାର ଏହି ଅଘଟଣ ଘଟିଛି। ନାବାଳକ ଦ୍ଵୟ ନଦୀରେ ଗାଧୋଇବା ସମୟରେ ଭାସିଯାଇଥିଲେ। ଉଭୟଙ୍କ ଘର ସ୍ଥାନୀୟ ବସ୍ତକୁଣ୍ଡଳ ଗ୍ରାମରେ। ଅଗ୍ନିଶମ ବାହିନୀ ନାବାଳକକୁ ଉଦ୍ଧାର କରିବା ଲାଗି ନଦୀରେ ଖୋଜାଖୋଜି ଜାରି ରଖିଛି।


