ସର୍ପାଘାତରେ ନାବାଳକର ମୃତ

 ହାଟଡିହି (ଓ୍ବାଇଏନଏସ): ସର୍ପାଘାତରେ ଚାଲିଗଲା ନାବାଳକର ଜାବନ।  ରାତିରୁ ସାପ କାମୁଡି ଥିବାବେଳେ ଅନେକ ସମୟ ଧରି ପରିବାର ଲୋକେ ଜାଣି ନପାରିବାରୁ ବାଳକ ର ମୃତ୍ୟୁ ଘଟିଛି। ସୁଚନା ଅନୁଯାଇ ସୋସୋ ଥାନା ପୋଡାସିଙ୍ଗିଡି ଗାଁର ଚନ୍ଦ୍ରମୁଣ୍ଡାଙ୍କ ପରିବାର ଲୋକେ ପ୍ରତିଦିନପରି ଗତ ଗୁରୁବାର ରାତି ଘରଭିତରେ ତଳେ ଶୋଇଥିଲେ । ସାଙ୍ଗରେ ଶୋଇଥିଲା ୫ବର୍ଷର ପୁଅ କହ୍ନେଇ । ସକାଳୁ ଘରର ବଡମାନେ ଉଠି ନିଜ ନିଜ କାମଧନ୍ଧା କୁ ବାହାରିଗଲେ  ା ଦିନ ୧୦ଟା ସମୟରେ ମଧ୍ଯ ପୁଅଟି ସେମିତି ବିଛଣାରେ ଚେଇଁ ସୋଇଥିଲା । ହେଲେ ଦିନ ୧୦ଟା ସୁଧା  କହ୍ନେଇ ସେମିତି ବିଛଣାରେ ଶୋଇଥିବା ବେଳେ ସେ ନ ଉଠିବାରୁ ପରିବାର ଲୋକେ ତାକୁ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।  ରାତିରେ  କୈଣସି ବିଷଧର ସାପ ତାକୁ କାମୁଡିଥିବା ପରିବାର ଲୋକେ ସଂନ୍ଦେହ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ