ମୋବାଇଲ୍ ପାଇଁ ନାବାଳକ ସାଙ୍ଗକୁ ମାରିଲା ସାଙ୍ଗ ଜଙ୍ଗଲରୁ ମିଳିଲା ମୃତଦେହ ।

ହାଟଡିହି  (ପାର୍ଥ ସୌରଭ ସା): ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ହତ୍ଯା କଲା ସାଙ୍ଗ ।   ଘଟଣାର ୪ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକର ମୃତଦେହ ।ମୋବାଇଲ୍  ବିବାଦରୁ  ହତ୍ଯାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକରଖି ପୋଲିସ୍ ତଦନ୍ତ ଚଳଇଛି  । ଘଟଣା ଟି ଘଟିଛି ହାଟଡିହି ବ୍ଲକ  ସୋସୋ ଥାନା ରାଇଘାଟି ଗାଁରେ। ମୃତକ ହେଉଛି ଗାଁର ସିଲାୟ ପୂ୍ର୍ତ୍ତିଙ୍କ ୧୪ ବର୍ଷିୟ ପୁଅ ଗୁସା ପୂର୍ତ୍ତି ।  ଗତ ରବିବାର ଦିନ ଗାଁର ପାସିଂ ହୋଙ୍କ ପୁଅ କୁଣ୍ଡିଆ ହୋ ଗୁସାକୁ ତାର ଭଉଣି ଘରକୁ ଯିବାକୁ କହି ଘରୁ ଡାକିନେଇଥିଲା ା  ପରଦିନ କୁଣ୍ଡିଆ ଫେରିଲା ହେଲେ ଗୁସାର ଦେଖା ଦର୍ଶନ ନଥିଲା । ତେବେ ଗତକାଲି ଗାଁ ଠାରୁ ୨କିିମି ଦୂରରେ ଥିବା ଜଙ୍ଗଲରେ ଗୁସାର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଗୁସାର ପରିବାରକୁ ଖବର କରିଥିଲେ । ଖବର ପାଇ ସୋସୋ ଥାନା ପୋଲିସ୍ ପହଁଞ୍ଚି ମୃତଦେହ ଉଦ୍ଦାର କରି ବ୍ଯବଚ୍ଛେଦ କରାଇଛି । କିଛିମାସ ତଳେ ଉଭୟ ଗୁସା ଓ କୁଣ୍ଡିଆ ପଣ୍ଡିଚେରୀରେ କାମ କରୁଥିଲେ । ସେହି ସମୟରେ ଗୁସା ଏକ ମୋବାଇଲ୍ କିଣିଥିବବେଳେ କୁଣ୍ଡିଆ ତାକୁ ଲୁଚାଇଦଇଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ଯରେ ବିବାଦ ହୋଇଥିଲା । ତେବେ ପରେ ଉଭୟ ମିଳିମିଶି ଯାଇଥିଲେ । ତେବେ ସେହି ରାଗକୁ କେନ୍ଦ୍ରକରି କୁଣ୍ଡିଆ ଗୁସାକୁ ମାରିଥିବା ସଂନ୍ଦେହ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ପୋଲିସ୍ କୁଣ୍ଡିଆକୁ ଅଟକରଖି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ