ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପ୍ରତିବାଦରେ ଆକ୍ରମଣ ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ତାଳପଡ଼ା ଗ୍ରାମର ନୀଳମଣି ପାଇକ ଙ୍କୁ ପୋଲିସ ଗିରଫ କରି  କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୧୧/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୭ ଟାରେ ଗ୍ରାମର ଜଣେ ନାବାଳିକା ଘର ବାରିପଟ କୁ ଶୌଚ ପାଇଁ ଯାଇଥିବା ବେଳେ ଗ୍ରାମର ରଞ୍ଜିତ କୁମାର ପାଇକ ତାଙ୍କୁ ଟଣାଓଟରା କରିବା ସହ ଦୁଷ୍କର୍ମ କରିଥିଲେ।ନାବାଳିକା ଙ୍କ ପାଟି ଶୁଣି ତାଙ୍କ ମା ଘଟଣାସ୍ଥଳକୁ ଦୌଡ଼ି ଯାଇ ଝିଅ କୁ ଉଦ୍ଧାର କରିଥିଲେ।ରଞ୍ଜିତ ସେଠାରୁ ଦୌଡ଼ି ପଳାଇଥିଲେ।ନାବାଳିକାଙ୍କ ଘରେ କେହି ପୁରୁଷ ଲୋକ ନଥିବାରୁ ତାଙ୍କ ମା ଅନ୍ୟଘରେ ରହୁଥିବା ସମ୍ପର୍କୀୟ ଶ୍ବଶୁର ହରିଶ୍ଚନ୍ଦ୍ର ପାଇକ  ଓ ଦିଅର ନୀଳମଣି ଙ୍କୁ ସମସ୍ତ ଘଟଣା କହିଥିଲେ।ସେମାନେ ଯାଇ ରଞ୍ଜିତ ଙ୍କୁ ପଚାରିବାରୁ ସେ ଉଭୟଙ୍କୁ ଅଶ୍ଳିଳ ଭାଷା ରେ ଗାଳି କରିଥିଲେ।ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ନୀଳମଣି ଓ ହରିଶ୍ଚନ୍ଦ୍ର ତାଙ୍କୁ ଠେଙ୍ଗା ରେ ଆକ୍ରମଣ କରିଥିଲେ।ଅପରପକ୍ଷରେ ଘଟଣାର ପରଦିନ ନାବାଳିକା ଙ୍କ ମା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୦୯/୨୫ ଅନୁଯାୟୀ ଅଭିଯୁକ୍ତ ରଞ୍ଜିତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ପୀଡ଼ିତା ନାବାଳିକା ଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିଲା। ଘଟଣାର ଦୁଇଦିନ ପରେ ଆକ୍ରମଣରେ ଗୁରୁତର ଆହତ ରଞ୍ଜିତ ଙ୍କ ଭାଇ ବିଚିତ୍ରାନନ୍ଦ ପାଇକ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି  ଅଭିଯୁକ୍ତ ହରିଶ୍ଚନ୍ଦ୍ର ଏବଂ ନୀଳମଣି ବାପ ପୁଅ ଦ୍ବୟଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଆକ୍ରମଣ ମାମଲାରେ ଅଭିଯୁକ୍ତ ନୀଳମଣି ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ନାବାଳିକା ଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ଥିବା ରଞ୍ଜିତ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସାଧୀନ ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ