ସୁରତରୁ ନାବାଳିକା ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ମରେଇଗାଁ ଅଞ୍ଚଳର ଜଣେ ନା ବାଳିକାକୁ ଅପହରଣ କରାଯାଇଥିବା ବେଳେ ପୋଲିସ ସୁରତରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ବର୍ତ୍ତମାନ ସମୟରେ ସେ ସାବାଳିକା ହୋଇଯାଇ ଜଣେ ଯୁବକଙ୍କୁ ବିବାହ କରିଥିବା ଦର୍ଶାଇଥିବା ବେଳେ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏହାପରେ ଯୁବତୀଙ୍କ ଇଚ୍ଛାକୁ ଗୁରୁତ୍ୱ ଦେଇ ପୋଲିସ ତାଙ୍କୁ ନିଜ ଇଚ୍ଛା ଅନୁଯାୟୀ ରହିବାକୁ ଛାଡ଼ିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ବର୍ଷ ଏହି ଘଟଣା ଘଟଣା ଘଟିଥିବା ବେଳେ ନନ୍ଦିପଦା ଥାନା କେସ ନଂ ୧୪୯/୨୫ ମାମଲା ରୁଜୁ ହୋଇଥିଲା। ନାବାଳିକା ଥିବା ସମୟରେ ସେ ସୁରତରେ ଜଣେ ସାଙ୍ଗ ପାଖରେ ରହି ଥିବାବେଳେ ପରେ ସେ ସାବାଳିକା ହେବା ପରେ ଜଣେ ଯୁବକଙ୍କୁ ବିବାହ କରିଥିବା କଥା ଦର୍ଶାଇଛି। ଯୁବତୀକୁ ଉଦ୍ଧାର କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଯୁବତୀଙ୍କୁ ପରିବାର ସହ ଘରକୁ ଫେରାଇ ନେବା ପ୍ରସଙ୍ଗରେ ପରିବାର ଲୋକେ ଅନିଚ୍ଛା ପ୍ରକାଶ କରିବାରୁ ପୋଲିସ ଯୁବତୀର ଇଚ୍ଛା ଅନୁଯାୟୀ ସ୍ୱାମୀ ସହିତ ଯାଇଥିବା ଜଣା ଯାଇଛି।


