ବାଙ୍ଗୋର ହାଇସ୍କୁଲରେ ସୋଲାର ସୋଲାର ହାଇମାକ୍ସ ଲାଇଟ୍ ଉଦଘାଟନ କଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ବାଙ୍ଗୋର ସରକାରୀ ବି ପି ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନିର୍ମିତ ସୋଲାର ପାନୀୟଜଳ ପ୍ରକଳ୍ପ ଓ ସୋଲାର ହାଇମାକ୍ସ ଲାଇଟକୁ ଉଦଘାଟନ କରିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ପ୍ରଧାନଶିକ୍ଷକ ସୁରେଶ କୁମାର ଖମାରୀଙ୍କ ସଂଯୋଜନାରେ  ଅନୁଷ୍ଠିତ ଏହି ଉତ୍ସବରେ ସରପଞ୍ଚ ଅଙ୍କିତା ପଢିଆରି, ପୁର୍ବତନ ସରପଞ୍ଚ ବସନ୍ତ ପଢିଆରୀ, ରବୀନ୍ଦ୍ର ସାହୁ, ଫେତୁ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷକ ଶଶୀଭୂଷଣ ପୁହାଣ, ଶୁଶାନ୍ତ ରାଉତ, ସୁଚିସ୍ମିତା ରାଉତ, ଶୁଶାନ୍ତ ରାଉତ, ମାମାଲିସା ବାରିକ, ଅନ୍ନପୂର୍ଣ୍ଣା ଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ