ବିଧାୟକଙ୍କ ଦ୍ୱାରା ରାସ୍ତା ଓ ଗୃହ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଶନିବାର ରାସ୍ତା ଓ ଗୃହ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଅଲଣାହାଟ ନୂଆପଟଣାଛକରୁ ଦଳୀୟ କର୍ମକର୍ତାମାନେ ବିଧାୟକ ଦାସଙ୍କୁ ବିରାଟ ବାଇକ୍ ଶୋଭାଯାତ୍ରାରେ ଆଣି ଜାମୁଗାଁ ପଂଚାୟତ ଅନ୍ତର୍ଗତ ଚକୁଳିପଡା ଛକ ନିକଟରେ ପହଁଚିଥିଲେ। ସେଠାରେ ବିଧାୟକଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ବିଭାଗର ପେଂଟାଲୁଜା ଚକୁଳିପଡା ରାସ୍ତାର ନବୀକରଣ ଓ କାଳିଓ ନନ୍ଦିଗ୍ରାମ ରାସ୍ତାର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ୮ କୋଟି ୨୨ ଲକ୍ଷ ୮୩ ହଜାର ଓ ୩ କୋଟି ୨୮ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ବରାଦ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାଂସଦ ପ୍ରତିନିଧି ଲଲାଟେନ୍ଦୁ ପରିଡା, ବିଭାଗୀୟ ଏସଡିଓ ଇ. ମଞ୍ଜୁଲତା ଟୁଡୁ, ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ର, ଅଲଣାର ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ, ଅଲଣା ମଣ୍ଡଳ ପ୍ରତିନିଧି ଦେବୀ ପାଢୀ, ବିଜେପିର ଗଳଧାରୀ ପଂଚାୟତ ସଭାପତି ସମୀର ରଞ୍ଜନ ରାଉତ, ଯୁବନେତା ତାପସ ଦାସ, ବାପିନା ଦାସ, ରୋହିଆ ପଂଚାୟତର ପୂର୍ବତନ ସରପଂଚ ଧନେଶ୍ୱର ନାୟକ, ନାଉଗାଁ ମଣ୍ଡଳ ପ୍ରତିନିଧି ବିଷ୍ଣୁଚରଣ ବେହେରା, ପ୍ରର୍ଶୁରାମ ଜେନା, ଜିଶୁ ଜେନା, ନଗେନ୍ଦ୍ରନାଥ ସ୍ୱାଇଁ, ବିଭୂତି ଭୂଷଣ ଦାସ, ଛାତ୍ରନେତା ବିକାଶ ସ୍ୱାଇଁ, ତୁଷାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ଓ ପୂର୍ତ ବିଭାଗ ପକ୍ଷରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିକାରୀଙ୍କ ବାସଗୃହ ନିର୍ମାଣର ଶିଳାନ୍ୟାସ ବିଧାୟକ ଦାସଙ୍କ ଦ୍ୱାରା କରାଯାଇଛି। ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ୧ କୋଟି ୪୫ ଲକ୍ଷ ବ୍ୟୟ ବରାଦ କରାଯାଇଥିବା ବେଳେ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୧୪ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟ ବରାଦ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଦାସ ଓ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ଚିଦାନନ୍ଦ ପଣ୍ଡା, କେନ୍ଦ୍ରର ଚିକିତ୍ସାଧିକାରୀ ଡା. ସଂଗ୍ରାମ ମହାନ୍ତି, ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ରାମଲାଲ ସେଠୀ, ବିଜେପି ନାଉଗାଁ ମଣ୍ଡଳ ସଭାପତି ନିଗମାନନ୍ଦ ପରିଡା, ଅଶୋକ କୁମାର ମହାନ୍ତି, ବିସ୍ମୟାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ