ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା) : ପୂର୍ବ ପ୍ରତିଶୃତି ଅନୁଯାୟୀ ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମାନସ କୁମାର ଦତ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବାଲେଶ୍ୱର ପୌରପାଳିକାର ୧୦ନଂ ୱାର୍ଡରେ ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ବିଧାୟକ ଶ୍ରୀ ଦତ୍ତ । ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ଦାବି ଓ ଆଗ୍ରହକୁ ଦୃଷ୍ଟିରେ ରଖି ବାଲେଶ୍ୱର ପୌରପାଳିକା ପକ୍ଷରୁ ବିଧାୟକଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଯୋଜନା ଅନ୍ତର୍ଗତ ୱାର୍ଡର ସତ୍ସଙ୍ଗ କଲୋନୀରେ ଶିବଶଙ୍କର ମହାନ୍ତିଙ୍କ ଘର ଠାରୁ ରତ୍ନାକର ପଣ୍ଡାଙ୍କ ଘର ଦେଇ ଉଦୟ ଦାସମହାପାତ୍ରଙ୍କ ଘର ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ପାଇଁ ମୋଟ ୬ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସତସଙ୍ଗ କଲୋନୀ କଲ୍ୟାଣ ପରିଷଦର ସଭାପତି ମଧୁସୂଦନ ବେହେରା, ରମାକାନ୍ତ କର, ଉଦୟ ଦାସମହାପାତ୍ର, ରତ୍ନାକର ପଣ୍ଡା, ଗଙ୍ଗାଧର ପୃଷ୍ଟି, ଭାଗବତ ଦାସ, ମନମୋହନ ବେହେରା, ସାରଙ୍ଗଧର ଦାସ, ରତିକାନ୍ତ ପାତ୍ର ପ୍ରମୁଖ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହି ଗ୍ରାମବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ପ୍ରୟାସ ଓ ପଦକ୍ଷେପ ପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ରାଜେନ୍ଦ୍ର ଚାଟାର୍ଜୀ, ପ୍ରଶାନ୍ତ ପରିଡା, ଧିରଜ ମହାନ୍ତି, ବିବେକ ମହାନ୍ତି, ନିତିନ ଦାସ ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


