ନୂତନ ଜଳ ଉତ୍ସ ଖନନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ଚକ ଛାନୁଆ ଅଞ୍ଚଳବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର ହେବାକୁ ଯାଉଛି। ଏକ ନୂତନ ଜଳ ଉତ୍ସ ଖନନ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ବାସ୍ତବତାର ରୂପ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ଏହି ପରିପ୍ରେକ୍ଷୀରେ ଚକ ଛାନୁଆ ଠାରେ ଏକ ଜଳ ଉତ୍ସ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ପ୍ରଦାନ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ମତ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ରହିଥିବା ଛାନୁଆ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଗତ ଏହି ଜଳ ଉତ୍ସ ଖନନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଯୋଜନା କରାଯାଇଛି। ଉତ୍ତମ ଗୁଣବତ୍ତା ଓ ଧାର୍ଯ୍ୟ ସମୟସୀମା ଏହି ପ୍ରକଳ୍ପ କାର୍ଯ୍ଯ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସଦର ବ୍ଳକ ଅଧ୍ୟକ୍ଷା ସୁନୀତା ବେହେରା ଓ  ସରପଞ୍ଚ ପ୍ରମିଳା ସେଠୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ଭୂୟାଁ, ଭାଗ୍ୟଧର ଦାସ, ସୁନୀଲ ମଣ୍ଡଳ, ରାମକୃଷ୍ଣ ଖଟୁଆ, ଶକ୍ତିପଦ ମଣ୍ଡଳ, ନିଖିଳ ସାମନ୍ତ, ନିମାଇ ମାଇତି, ସତ୍ୟ ପାତ୍ର, ସତ୍ୟ ବେହେରା, ଅଞ୍ଜନ ସାହୁ, ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ