ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର (ଓ୍ବାଇଏନଏସ): ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଆଜି ୟୁନିଟ 6 ସ୍ଥିତ ନେତାଜୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ଅଭିଭାବକ ମହାସଂଘ ର ଶିକ୍ଷା ଅଧିକାର ଅଭିଭାବକ ସଙ୍ଘ କର୍ମକର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା l ଶିକ୍ଷା ଅଧିକାର ଆଇନ ବା ଆର ଟି ଇ ଅନୁଯାଇ କିପରି ଅଧିକରୁ ଅଧିକ ପିଲା ତାଙ୍କର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରାପ୍ତି କରିପାରିବେ ତାହା ଉପରେ ପ୍ରଶିକ୍ଷିତ କରାଯାଇଥିଲା l ଆର ଟି ଇ ରେ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାଙ୍କ ମାଗଣା ପାଠ ପଢିବା ପାଇଁ ରାଜ୍ୟରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଯୋଜନା କାର୍ଯ୍ୟକାରୀ ହେଉଛି l ସଚେତନତା, ପ୍ରଚାର, ପ୍ରସାର ଶତ ପ୍ରତିଶତ ହେଲେ ଏହି ଯୋଜନା ସଠିକ କାର୍ଯ୍ୟକାରୀ ହେବ ବୋଲି ସଭାପତି ବାସୁଦେବ ଭଟ୍ଟ କହିଥିଲେ l ଧନୀ ପିଲାଙ୍କ ଭଳି ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ପ୍ରାଇଭେଟ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ହେଉଛନ୍ତି l ଯୋଜନା ଅନୁଯାଇ ପିଲାଙ୍କୁ ସ୍କୁଲ ପୋଷାକ, ଜୋତା, ବହି ଆଦି ମାଗଣା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି l ତାହା ସ୍କୁଲ ମାନେ ପାଳନ କରୁନାହାନ୍ତି ତେଣୁ ମହାସଂଘ ସବୁ ଫୋରମରେ ଅଭିଯୋଗ ପରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ଭୁବନେଶ୍ୱର ଠାରେ ସରକାରଙ୍କୁ ଡାକି ସ୍ୱତନ୍ତ୍ର ଶୁଣାଣି କରିବାକୁ ନିଷ୍ପତି ନେଇଛନ୍ତି l ପ୍ରାୟ ସ୍କୁଲ ଏହି ଯୋଜନାର ବାଟବଣା କରୁଛନ୍ତି l କେତେବେଳେ ପିଲାଙ୍କୁ ନାମଲେଖା ରେ ଘୋଟଲା, ଯୋଜନା ଅନ୍ତର୍ଭୁକ୍ତ ପିଲାଙ୍କୁ ଅନ୍ୟ ପିଲାଙ୍କ ଭଳି ସ୍କୁଲ ପ୍ରଦତ୍ତ ଶିକ୍ଷାଦାନ ଭିତିକ ସୁବିଧାରୁ ବଂଚିତ କରିବା,ଅନ୍ୟତ୍ର ବସାଇବା, ବିଭିନ୍ନ ଆଳ ଦେଖାଇ ପଇସା ମାଗିବା ଆଦି ଅନେକ ସମସ୍ୟା l ପାରଦର୍ଶୀ ପୋର୍ଟାଲର ପ୍ରଥମ ପର୍ଯ୍ୟlୟ ଆବେଦନ ପ୍ରକ୍ରିୟା ଚାଲୁ ରହିଛି l ଏହା ପରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କୁ ସ୍କୁଲ ସିଟ ପ୍ରଦାନ, ଦ୍ଵିତୀୟ ଓ ଅନ୍ତିମ ପର୍ଯ୍ୟାୟ ଆବେଦନ ସହ ସ୍କୁଲ ନିର୍ଦ୍ଧlରଣ ଆଦି l ସମସ୍ତ ବ୍ୟବସ୍ଥା ସୁଗମ ସହିତ ଏବର୍ଷ ପିଲାଙ୍କ ଆଡ଼ମିସନ ପ୍ରକ୍ରିୟା ସ୍ୱଚ୍ଛତା ସହିତ ଅଧିକ ଆବେଦନ ଓ ସିଟ ଆଲଟମେଣ୍ଟକୁ ଶତ ପ୍ରତିଶତ କାର୍ଯ୍ୟକାରୀ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା l କମିଟି ର କର୍ମକର୍ତ୍ତା ମାନେ ଆଗାମୀ ଦିନରେ ଏହି ଯୋଜନା ରେ ଅଧିକରୁ ଅଧିକ ପିଲାଙ୍କୁ ଆଡ଼ମିସନ କରାଇବା ସହିତ ସେହି ପିଲାମାନେ ପାଠ ପଢିବା ସମୟରେ ଯୋଜନା ଅନ୍ତର୍ଭୁକ୍ତ ସେମାନଙ୍କ ବିଭିନ୍ନ ସୁବିଧା ପ୍ରଦାନ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ l ପ୍ରାୟ 400 ରୁ ଉର୍ଦ୍ଧ ଅଭିଭାବକ ଆଜିର କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ l କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ,ମହାସଚିବ ଅଶୋକ ପାଇକରାୟ, ଆବାହିକା କଳ୍ପନା ସାହୁ, ସୁବ୍ରତ ସାହୁ, ବିମଲ ପ୍ରଧାନ ଆଦି ବକ୍ତବ୍ୟ ରଖିଥିଲେ l ଚନ୍ଦନ ସାହୁ, ଗୋଲଖ ମହାପାତ୍ର, ମିଲି ସାହୁ, ପୂଜା , ଟୁଟୁ, ତପନ ରାଉତରାୟ, ସ୍ନିଗ୍ଧା,ଆଦିଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ