ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନରେ ବିଧାୟକଙ୍କ ଯୋଗଦାନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ସେବାପକ୍ଷ ପାଳନ ଅବସରରେ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ କୁଶପଡା ଗ୍ରାମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଭାଜପା ମଣ୍ଡଳ ସଭାପତି ମିଟୁ ଦୋରା ଏବଂ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ । ଭାଜପା ମଣ୍ଡଳ ସଂଯୋଜକ ତଥା ଏମ.ପି ପ୍ରତିନିଧି କେ . ହରିବନ୍ଧୁ ରେଡ୍ଡୀ , କୁଶପଡା ସରପଞ୍ଚ ବନୀତା ସେଠୀ , ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ , ଗଞ୍ଜାମ ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟାନନ୍ଦ ମହନ୍ତ , ଜିଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ , ସିଦ୍ଧେଶ୍ୱର ସରପଞ୍ଚ ବିଜୟ କୁମାର ପ୍ରଧାନ , ବି . ତୁରୁବୁଡି ସରପଞ୍ଚ ଲିଙ୍ଗରାଜ ଦୋରା , ଜିଲା ପରିଷଦ ସଦସ୍ୟଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ସ୍ଥାନୀୟ ସମିତି ସଭ୍ୟ ଏସ୍. ରୀନା ଦୋରା , ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ ,ରାମହରି ଦୋରା , ଭଗବାନ ଦୋରା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ପରିପ୍ରେକ୍ଷୀରେ ପଣ୍ତିତ ଦୀନଦୟାଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କର ଦେଶ ପ୍ରତି ତ୍ୟାଗ , ବଳିଦାନ , ସମର୍ପଣ , ସେବା , ନିଷ୍ଠା , ଏକାତ୍ମକ ମନୋଭାବ , ଆଧ୍ୟାତ୍ମିକ ଚେତନା ଓ ସଂସ୍କୃତି ଉପରେ ଆଲୋକପାତ କରାଯାଇଥିଲା । ଏଥିସହ ରାଜ୍ୟ ସରକାରଙ୍କ ବିକଶିତ ଭାରତ , ବିକଶିତ ଗାଁ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।