ବାଲେଶ୍ଵର ସଦର ବ୍ଲକରେ ଟେଲରିଂ ୟୁନିଟ ସ୍ଥାପନ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଅନୁରୋଧ ଜଣାଇଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଏକକ ସରକାର ଗଠନ ହେବା ପରେ ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ବ ଦିଆଯାଇଛି। ମିଶନ ଶକ୍ତି ଅଧୀନରେ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାକୁ ନିର୍ବାଚନ ପୂର୍ବର ଘୋଷଣା ଅନୁଯାୟୀ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା। ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମ ନିର୍ଭରଶୀଳ ମହିଳାଙ୍କ ସାମଗ୍ରିକ ବିକାଶ ମାଧ୍ୟମରେ ଏକ କୋଟି ଲକ୍ଷ ପତି ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି। ମହିଳାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତୃଣମୂଳସ୍ତରରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି । ଏହାକୁ ନେଇ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ଵ ରଖୁଥିବା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ ସହ ଆଲୋଚନା କରିଛନ୍ତି। ବାଲେଶ୍ଵର ସଦର ବ୍ଲକରେ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଏକ ଟେଲରିଂ ୟୁନିଟ ସ୍ଥାପନ ପାଇଁ ବିଧାୟକ ଶ୍ରୀ ଦତ୍ତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଅନୁରୋଧ କରିଛନ୍ତି। ଏହା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବା ସହ ସେମାନଙ୍କୁ ସ୍ବାବଲମ୍ବୀ କରାଇବା ଲକ୍ଷ୍ୟ ସାଧନ ହୋଇ ପାରିବ ବୋଲି ବିଧାୟକ ଶ୍ରୀ ଦତ୍ତ ଯୁକ୍ତି ଦର୍ଶାଇଛନ୍ତି। ମହିଳା ସଶକ୍ତିକରଣ ମୋହନ ମାଝୀ ସରକାରଙ୍କ ପ୍ରାଥମିକତା ହୋଇଥିବା ବେଳେ ଏ ଦିଗରେ ସକାରାତ୍ମକ ବିଚାର ପାଇଁ ସେ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମଧ୍ୟ ଏହା ଉପରେ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ଦତ୍ତଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ