ଛତ୍ରପୁର ସହରରେ ମାଙ୍କଡର ପ୍ରାଦୁର୍ଭାବ : ପ୍ରତିିକାର ପାଇଁ ଜିଲ୍ଲା ପ୍ରଶାସନକୁ ଭେଟିଲେ ଅଂଚଳ ବାସୀ
ଛତ୍ରପୁର(ଓ୍ବାଇଏନଏସ) ; ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଦିନକୁ ଦିନ ମାଙ୍ଗଡ ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଯାହା ଦ୍ୱାରା ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ନାଗରିକ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସହରରେ ଅଧିକ ମାତ୍ରାରେ ମାଙ୍କଡ ମାନେ ଘୁରି ବୁଲୁଥିବା ବେଳେ ବିନା କାରଣରେ ଲୋକଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି । ଏପରିକି ବଜାରରୁ ପରିବା ଓ ରାସନ ସାମଗ୍ରୀ କିଣି ଘରକୁ ନେବା ବେଳେ ମଧ୍ୟ ମାଙ୍କଡ ମାନେ ଆକ୍ରମଣ କରି ସାମଗ୍ରୀ ଗୁଡିକ ଛଡାଇ ନେଉଛନ୍ତି । ଏଣୁ ଏହାର ପ୍ରତିକାର ଲାଗି ସହର ବାସିନ୍ଦା ମାନଙ୍କ ପକ୍ଷରୁ ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ଚାଲିଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ଛତ୍ରପୁର ସହର ବାସିନ୍ଦା ମାନେ । ଏହି ଅଭିଯୋଗ ପ୍ରଦାନ ବେଳେ ଆଇନଜୀବୀ ଡ଼ଃ ରାଜେନ୍ଦ୍ର କୁମାର ଦାଶ, ଗଙ୍ଗାଧର ପଣ୍ଡା, ମନୋଜ କୁମାର ବେହେରାଙ୍କ ସମେତ ବହୁ ସହର ବାସିନ୍ଦା ମାନେ ଉପସ୍ଥିତ ଥିଲେ ।