ଆର୍ଯ୍ୟପଲ୍ଲୀ ସମୁଦ୍ର ମଝିରେ ଫସିଲେ ଆନ୍ଧ୍ରା ର ୪୦ ରୁ ଅଧିକା ଟ୍ରଲର

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ୪୦ରୁ ଅଧିକା ଟ୍ରଲର ଫସି ରହିଥିବା ଦେଖିବାକୁ ମିଳିଛି | ଏହା ଆନ୍ଧ୍ରା ପ୍ରଦେଶ ର ବିଶାଖାପାଟଣା ଓ କାକିନଡା ଅଂଚଳ ବୋଲି ସୂଚନା ମିଳିଛି | ତୁରନ୍ତ ଏହି ସବୁ ଟ୍ରଲର ଗୁଡିକୁ ବନ୍ଦର ବର୍ଥ ରେ ସୁରକ୍ଷିତ ଭାବେ ଅଣା ଯାଇଥିଲା | ଜିଲ୍ଲାପ୍ରଶାସନ ଏହାକୁ ଗୁରୁତର ନେଇ ସେମାନଂକୁ ସୁରକ୍ଷିତ ଭାବେ ବର୍ଥ ନିକଟକୁ ଅଣା ଯାଇଥିଲା | ଏହି ଟ୍ରଲର ଗୁଡିକ ବିଶାଖାପାଟଣା ଅଂଚଳ ର ବୋଲି ଜଣା ପଡିଛି | ସମ୍ଭବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ଆଗକୁ ଯାଇ ପାରି ନଥିଲେ ଶେଷ ରେ ସେମାନେ ଆର୍ଯ୍ୟପଲ୍ଲୀ ନିକଟରେ ଫସି ରହିଥିଲେ | ସେମାନଙ୍କ ନିକଟକୁ କୋଷ୍ଟ ଗାର୍ଡ ଯାଇ ସେମାନଙ୍କୁ ଗୋପାଳପୁର ବର୍ଥ ଠାରେ ଲଙ୍ଗର ପକାଇଥିଲେ | ସେମାନଙ୍କୁ ଗଞ୍ଜାମ ପ୍ରଶାସନ ସମସ୍ତ ସହଯୋଗ କରାଯାଉଛି | ଏହି ଟ୍ରଲର ସଂଖ୍ୟା ଆଗକୁ ମଧ୍ୟ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ