ଆଂଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ସୋସୋର ସମ୍ବର୍ଦ୍ଧନା ସମାରୋହ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଳକର ଆଂଚଳିକ ବରିଷ୍ଟ ନାଗରିକ ବିକାଶ ମଂଚ ସୋସୋର ସାଧାରଣ ପରିଚାଳନା ବୈଠକ ଓ ସମନ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଂଚର କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ଦେହୁରୀଙ୍କ ସଭାପତିତ୍ରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବିଚାରପତି ନରେନ୍ଦ୍ର କୁମାର ସାମଲ ଯୋଗଦେଇଥିବା ବେଳେ ମଂଚର ସଭାପତି ପର୍ଶୁରାମ ପେଡା, ସମ୍ପାଦକ ମୋହନ କୁମାର ମହାନ୍ତି, ବରିଷ୍ଠ କର୍ମକତା ରମେଶଚନ୍ଦ୍ର ମହାନ୍ତି, ସୋସୋ ଥାନା ଅଧିକାରୀ ଶିବ ଶଙ୍କର ଆଲଦା ପ୍ରମୁଖ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥଲେ। ସମ୍ପାଦକ ମୋହନ ଚରଣ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାଯ୍ୟକାରୀ ସଭାପତି ନୃସିଂହ ଚରଣ ଦେହୁରୀ ଆଂଚଳିକ ବରିଷ୍ଠ ନାଗରିକ ବିକାଶ ମଂଚ ଗଠନର ଉଦେଶ୍ୟ, ଆଗାମୀ କାଯ୍ୟପନ୍ଥା ଓ ଦୀର୍ଘ ବର୍ଷ ଧରି କି କି କାଯ୍ୟ କରିଆସିଛନ୍ତି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଭାପତି ଶ୍ରୀ ପେଡା ସମସ୍ତେ ଗଠନ ମୁଳକ ଚିନ୍ତାଧାରା କରିବା ସହିତ ଏହି ବୟଷରେ ସମସ୍ତେ ଖୁସିରେ ରହିବାକୁ ଚେଷ୍ଟା କରିବା ପାଇଁ କହିଥିଲେ। ଏ ଅଂଚଳର ବିଭିନ୍ନ ସମସ୍ୟାକୁ ପ୍ରଶାସନ ନିକଟରେ ଦାବି କରି କିଛିଟା ସଫଳ ହୋଇଥିବା ବେଳେ କିଛି କାଯ୍ୟ ଆଗେଇଛି ବୋଲି ମତ ରଖୁଥିଲେ । ଆଗାମୀ ଦିନରେ ଏଅଂଚଳର ବନ୍ଦ ହୋଇ ପଡିଥିବା କ୍ରୋମାଇଟ ମାଇନ୍ତି ଖଣି ଖୋଲିବାକୁ ଦାବି କରିବା ସହିତ ସାଳନ୍ଦି ନଦୀର ବିଦ୍ୟାଧରପୁର ବ୍ୟାରେଜ୍ ପାର୍ଶ୍ବରେ ଆଉ ଗୋଟିଏ ପୋଲ ନିର୍ମାଣ କରିବା, ପ୍ରତି ଛକରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କର ପ୍ରତିମୁର୍ତି ନିର୍ମାଣ କରିବା ଆଦି ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଂଚ ପକ୍ଷରୁ ଆଲୋଚିତ ହୋଇଥିଲା। ପରେ ଏହି ଅଂଚଳର ପ୍ରତିଭାବାନ ଛାତ୍ର, ବୟଷ୍କ ବରିଷ୍ଠ ବ୍ୟକ୍ତି, ସଫଳ ଚାଷି, ସମାଜ ସେବୀ ଓ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି ପ୍ରତିଭା ସମ୍ବନ୍ଧିତ କାଯ୍ୟକ୍ରମରେ ପୁର୍ବତନ ସରପଂଚ ଏ ଅଂଚଳର ଦକ୍ଷ ବ୍ୟକ୍ତିତ୍ଵ ପଦ୍ମନାଭ ସାଇଁ, ସମାଜ ସେବୀ ଓ ସଫଳ ଶିଳ୍ପପତି ପ୍ରାଣ ବଲ୍ଲଭ ମଲିକ, ଅବସରପ୍ରାପ୍ତ ଦକ୍ଷ ଶିକ୍ଷକ ପୁରୁଷୋତମ ଶତପଥ, ବାଳକୃଷ୍ଣ ରାଉତ ଓ ପ୍ରଭାକର ରାଉତ, ଚାଷ ବିପିନି ବିହାରି ରାଉତ ଓ ଚନ୍ଦ୍ରମଣି ଭୋଇ, ନିଟ୍ ର ସଫଳ ଛାତ୍ର ଗୋରି ଶଙ୍କର ରାଉତ, ମାଟ୍ରିକ୍ ପରୀକ୍ଷାରେ ଏ ଅଂଚଳର ଟପ୍ପର ସିଦ୍ଧାର୍ଥ ଶେଖର ନାୟକ କୁ ସମ୍ବନ୍ଧିତ କରାଯାଇଥିବାବେଳେ ମଂଚ ର ସଭାପତି, ତଥା ପୁର୍ବତନ ବ୍ଳକ ଅଧ୍ୟକ୍ଷ ପର୍ଶୁରାମ ପେଡାଙ୍କୁ ସମନ୍ଧିତ କରାଯାଇଥିଲା । ଏହି ମଞ୍ଚ ଟି ୩୪ ନଂ ଜୋନର ୭ ଟି ପଂଚୟତ ଓ ୩୫ ନଂଜୋନର ଢେଙ୍କା ପଂଚାୟତ କୁ ସାମିଲ କରି ମୋଟ ୮ପଂଚାୟତ କୁ ନେଇ ଏହି ମଂଚ ଗଠନ କରାଯାଇଛି। ମଞ୍ଚର ଏଭଳି ବିକାଶ ମୁଳକ ଚିନ୍ତା ଧାରାକୁ ବିଭିନ୍ନ ମହଲରେ ସାଗତ କରାଯିବା ସହିତ ଯୁବପିଢି ଏଥିରେ ଅନୁପ୍ରାଣିତ ହେବାକୁ କିଛି ସଦସ୍ୟ ଙ୍କ ପକ୍ଷରୁ କୁହାଯାଇଥିଲା । ସମ୍ବନ୍ଧିତ ପ୍ରତିଭାମାନେ ନିଜ ନିଜର ମୁଲ୍ୟବାନ୍ ବକ୍ତବ୍ୟ ରଖୁଥିଲେ । ଚତୁର୍ଭୁଜ ପହି ମାନପତ୍ର ପାଠ କରିଥିଲେ । ଅନ୍ତଯ୍ୟାମୀ ରାଉତ ଧନ୍ୟବାଦ ଦେଇଥିଲେ। ଏଥିରେ ଶରତ କୁମାର ରାଉତ, ନାରାୟଣ ଚନ୍ଦ୍ର ବିଶ୍ବାଳ, ଗୋପାଳ ରାଉତ, ଅଜିତ ରାଉତ, ହରମୋହନ ପଣ୍ଡା, ରବିନ୍ଦ୍ର କୁମାର ବିଶ୍ଵାଳ, ଭୁବନା ନନ୍ଦ ପଟ୍ଟନାୟକ, ଉଷା ବାରିକ, ବସନ୍ତ ଦାଶ, ପ୍ରଫୁଲ୍ଲ କୁମାର ମିଶ୍ର, ଭୀମସେନ ମଲିକ, ରବିନ୍ଦ୍ର ରାଉତ, ସୁରଥ କୁମାର ସାହୁ, ଅଲେଖ


