ମା,ପୁଅଙ୍କୁ ଆକ୍ରମଣ ଅଭିଯୋଗ ; ଥାନାରେ ମାମଲା ରୁଜୁ
ଦିଗପହଣ୍ଡି(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଜିନି ବିଷୋୟୀ ଏବଂ ତାଙ୍କ ପୁଅ ଲାବଣ୍ୟ ବିଷୋୟୀ ଙ୍କୁ ବବୁଲ ବିଷୋୟୀ ଓରଫ ରୁଦ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଦୁଇ ପରିବାର ମଧ୍ୟରେ କିଛିଦିନ ହେଲା ଝଗଡା ଲାଗି ରହିଥିଲା।ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୫ ଟାରେ ବବୁଲ ତାଙ୍କ ଘର ନିକଟରେ ଲାବଣ୍ୟ ଙ୍କୁ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ଲାବଣ୍ୟ ପ୍ରତିବାଦ କରିବାରୁ ତାଙ୍କୁ ଚାପୁଡ଼ା ,ଲାତ ଗୋଇଠା ମାରିଥିଲେ।କିଛି ଗ୍ରାମବାସୀ ଉଭୟଙ୍କୁ ଛଡାଛଡି କରିଥିଲେ।ପରେ ବବୁଲ ତାଙ୍କ ପାଇଖାନା ଛାତ ଉପରକୁ ଯାଇ ଲାବଣ୍ୟ ଙ୍କୁ ଲକ୍ଷ୍ୟକରି ପଥର ଓ ଇଟା ଖଣ୍ଡ ଫୋପାଡିବାରୁ ତାଙ୍କ ମୁଣ୍ଡ ଫାଟିଥିଲା।ଲାବଣ୍ୟ ଙ୍କ ମା ଜିନି ଦୌଡ଼ି ଆସି ବବୁଲ ଙ୍କୁ ପଚାରିବାରୁ ବବୁଲ ତାଙ୍କୁ ଗାଁ ରାସ୍ତାରେ ଟଣାଓଟରା କରିବାସହ ମୁଁହ କୁ ମୁଥ ମାରିବାରୁ ତାଙ୍କ ବାମ ଆଖି ପତା କୁ ମାଡ଼ ହୋଇ ରକ୍ତ ବାହାରିଲା।ପରେ ମା ପୁଅ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେବାପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଥାନା ମାମଲା ନଂ.୧୭୦/୨୫ ଅନୁଯାୟୀ ପୋଲିସ ଅଭିଯୁକ୍ତ ବବୁଲ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିବା ଜଣାପଡିଛି।