ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ମାତୃ ପ୍ରତିଯୋଗିତା

ହାଟଡିହି (ଓ୍ବାଇଏନଏସ) :- ହାଟଡିହି ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମା’ ମାନଙ୍କ ମଧ୍ୟରେ ଏକ ଆକର୍ଷଣୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ  ବିଦ୍ୟାଳୟର ସଭାପତି ଇଂ ଉଦୟନାଥ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ଏବଂ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲକ ବିହାରୀ ସାହୁ ମା’ ମାନଙ୍କ ଗହଣରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ମୁଖ୍ୟ ଅତିଥି ଶ୍ରୀଯୁକ୍ତ କର ମା’ ମାନଙ୍କ ମଧ୍ୟରେ ଶିକ୍ଷା ସମ୍ବନ୍ଧୀୟ ସଚେତନତା, ଶିଶୁମାନଙ୍କ ପ୍ରତି ଯତ୍ନବାନ୍ ଓ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ମା’ ମାନଙ୍କ ମଧ୍ୟରେ ଗୁପ୍ତଧନ ଅନୁସନ୍ଧାନ, ଝୋଟିଚିତା, ରିଙ୍ଗ୍ ମଧ୍ୟକୁ ବଲ୍ ଫିଙ୍ଗା, ଭାଗ୍ୟର ଖେଳ (ଚୁଡି ଓ କପ୍) ଏବଂ ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମଟିକୁ ଶିକ୍ଷୟିତ୍ରୀ ତନୁଶ୍ରୀ ତନୟା ପହି, ଶୁଭଶ୍ରୀ ପଣ୍ଡା, ଶିକ୍ଷକ ବିଜୟ କୁମାର ପହି, ସୁଦିପ୍ତ ଦାଶ, ହିମାଂଶୁ ରଞ୍ଜନ ବାରିକ୍ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ  ବିଜୟ କୁମାର ପହି, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ହିମାଂଶୁ ରଞ୍ଜନ ବାରିକ୍, ସୁଦିପ୍ତ ଦାଶ, ପ୍ରଶାନ୍ତ କୁମାର ଦାଶ, ବ୍ରହ୍ମାନନ୍ଦ ମଲ୍ଲିକ, ସଂଗ୍ରାମ କେଶରୀ ପଟ୍ଟନାୟକ, ଚନ୍ଦ୍ରଶେଖର ବାରିକ୍, ତନୁଶ୍ରୀ ତନୟା ପହି, ଶୁଭଶ୍ରୀ ପଣ୍ଡା, ଊର୍ମୀ ମହାନ୍ତି, ବିଷୁପ୍ରିୟା ଦାଶ, ଭାଗ୍ୟଶ୍ରୀ ସାହୁ, ପ୍ରୀତିନନ୍ଦା ମଲ୍ଲିକ, ଚିନ୍ମୟୀ ସାହୁ, ଏସ୍. ବି. ସାଇମଗ୍ନା, ସସ୍ମିତା କର, ସାଇକ୍ରିଷ୍ଣା ଜେନା, ମୋନାଲିସା ବାରିକ୍, ବିଶ୍ଵବନ୍ଦିତା ଜେନା ଏବଂ ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ମନୋରମା ସେଠୀ ଓ ଉର୍ମିଳା ସେଠୀ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ପଚାଶରୁ ଉର୍ଦ୍ଧ ମା’ମାନେ ଅଂଶଗ୍ରହଣ କରିଥିଲେ ବିଷ୍ଣୁପ୍ରିୟା ଦାସ, ପ୍ରିୟଜ୍ଞା ରାଉତ, ଦିପ୍ତିମୟୀ ସେଠୀ, ନିରୂପମା ଦାସ, ସସ୍ମିତା ଭୋଳ, ସସ୍ମିତା ସୁଆର, ପ୍ରିୟଜ୍ଞା ପ୍ରିୟଦର୍ଶନୀ ଜେନା, ସୃଷ୍ଟିସୁଧା ନାୟକ, କିଷ୍ଣା ମହାରଣା, ବିଷ୍ଣୁପ୍ରିୟା ଦାସ, ଜ୍ୟୋସ୍ନାରାଣୀ ଷଣ୍ଢ, ପ୍ରେମଲତା ସାହୁ, ବିଷ୍ଣୁପ୍ରିୟା ଦାସ, ସସ୍ମିତା ଭୋଳ, ସୃଷ୍ଟିସୁଧା ନାୟକ, ସସ୍ମିତା ସୁଆର ପ୍ରମୁଖ  ପ୍ରତିଯୋଗୀତା ଗୁଡିକରେ କୃତିତ୍ୱଲାଭ କରିଥିଲେ। ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ