ମୋଟର କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦୁଝର ଜିଲ୍ଲା ଶାଖା ବିଶ୍ରାମ ଗୃହଠାରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ଅବସରଗ୍ରହଣ କରିଥିବା ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରାରମ୍ଭରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଭାପତି ଭାବେ ପର୍ଶୁରାମ ମହାନ୍ତି,ସମ୍ପାଦକ ଭାବେ ପ୍ରତାପ ଚନ୍ଦ୍ର ରାଜ,କୋଷାଧ୍ୟକ୍ଷ ଭାବେ ବଳରାମ ସାହୁ(ଦୀପୁ), ଉପସଭାପତି ଆନନ୍ଦପୁରର ସୁଜିତ କୁମାର ଲାଗୁରୀ, ଚମ୍ପୁଆରୁ ମହମ୍ମଦ ଖଲିଲ ଓ ସଦର ନିମନ୍ତେ ଜୟନ୍ତ କୁମାର ଦାସ ଏବଂ ଉପଦେଷ୍ଟା ଭାବେ ଶ୍ରୀ ହେମନ୍ତ କୁମାର ନାଥ ଓ ରାଜେଶ କୁମାର ଦାସଙ୍କୁ ମନୋନୀତ କରାଯାଇଥିଲା। ପରେ ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଯୋଗ ଦେଇ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାର୍କଣ୍ଡ ଗିରି, ଗଜେନ୍ଦ୍ର କୁମାର ବ୍ରହ୍ମ, ରମେଶ ଚନ୍ଦ୍ର ପାଳ, ଶେଖ ଫିରୋଜ଼, ଶିବେନ୍ଦ୍ର କୁମାର ରାମ, ତରଣୀସେନ ମାଝୀ, ଦେବାନନ୍ଦ ଦେଓ ଓ ବସନ୍ତ କୁମାର ସାହୁଙ୍କୁ ଶ୍ରୀ ରାୟ ପୁଷ୍ପ ଗୁଚ୍ଛ,ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମନୋଜ କୁମାର ଦାସ ସଭା ପରିଚାଳନା କରିଥିଲେ ଓ ରାଜେଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ