ମହମ୍ମଦ ମୋକିମ ଏବଂ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ଭେଟିଲେ ସାଂସଦ ଦିଲ୍ଲୀପ ରାୟ

କଟକ, (ଓ୍ବାଇଏନଏସ): ମହମ୍ମଦ ମୋକିମ ଏବଂ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ଭେଟିଲେ ସାଂସଦ ଦିଲ୍ଲୀପ ରାୟ। ଏହି ଭେଟଘାଟ ଓ ସାକ୍ଷାତ ଆଲୋଚନାକୁ ନେଇ ରାଜନୈତିକ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି । ସୋମବାର ସକାଳୁ ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ସିଧା ମୋକିମଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଦିଲ୍ଲୀପ ରାୟ ମୋକିମ୍ ଓ ସୋଫିଆଙ୍କୁ ଭେଟି ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି,ମତେ ଭୋଟ ଦେଇ ଥିବାରୁ ମୁଁ କେବଳ କୃତଜ୍ଞତା ଜଣାଇବାକୁ ଆସିଥିଲି। ସୋଫିଆ ଓ ମୋକିମ୍ ଭାଇଙ୍କ ସହଯୋଗ ପାଇଁ ମୋର ଵିଜୟ ହେଲା। ତେଣୁ ତାଙ୍କୁ କୃତଜ୍ଞତା ଜଣାଇଵା ମୋର କର୍ତ୍ତବ୍ୟ ବୋଲି କହିଛନ୍ତି ଦିଲ୍ଲୀପ ରାୟ। ଏହା ଆଦୈ। ଏକ ରାଜନୈତିକ ଗସ୍ତ ନୁହେଁ ବୋଲି ଦିଲ୍ଲୀପ ସ୍ପଷ୍ଟ କରିଛନ୍ତି। ସେପଟେ ଦିଲ୍ଲୀପ ରାୟଙ୍କ ସହ ସାକ୍ଷାତ ଆଲୋଚନା ନେଇ ପ୍ରତିକ୍ରିୟାରେ ମୋକିମ କହିଛନ୍ତି, ଦିଲ୍ଲୀପ ରାୟଙ୍କ ସହିତ ମୋର ସମ୍ପର୍କ ବହୁ ପୁରୁଣା। ଏହା କୌଣସି ରାଜନୈତିକ ଗସ୍ତ ନ ଥିଲା। ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିଲେ। ତେଣୁ ଫୋନ କରି ଘରକୁ ଆସିଲେ। ସେପଟେ ସୋଫିଆଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ପ୍ରତିକ୍ରିୟା ରଖି ମୋକିମ କହିଛନ୍ତି, ସୋଫିଆ କଂଗ୍ରେସ ଟିକେଟରେ ଜିତିଛନ୍ତି। ତେଣୁ ୨୦୨୯ ପର୍ଯ୍ୟନ୍ତ ସେ କଂଗ୍ରେସ ବିଧାୟିକା ହୋଇ କାମ କରିବେ। ଯଦି ୨୦୨୯ ପରେ ସୋଫିଆ ଯଦି କୁଆଡେ ଯିବେ, ତେବେ ଓଡ଼ିଶା ଜନତା କଂଗ୍ରେସକୁ ହିଁ ଯିବେ ବୋଲି ମହମ୍ମଦ ମୋକିମ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ