ନବ ନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ ସାଂସଦ

ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହା ବିଦ୍ୟାଳୟ ଓ ଛେନାପଦି ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାୟକ। ଆଜି ହାଟଡିହି କଲେଜ ଛକ ନିକଟରେ ଉଭୟ କଲେଜର ନବ ନିର୍ବାଚିତ ଛାତ୍ର ପ୍ରତିନିଧି ସନ୍ତୋଷିନୀ ମଲ୍ଲିକ, କ୍ଷିତୀଶ୍ରୀ ଜେନା, ବର୍ଷାରାଣୀ ପାତ୍ର, ଚିନ୍ମୟୀ ନାୟକ, ପୂଜାରାଣୀ ଓଝା, ମଧୁସ୍ମିତା ଖଟୁଆ, ରୁପାଞ୍ଜଳି ନାୟକ, ପ୍ରେମ କୁମାର ରଣା, ଭକ୍ତ ଚରଣ ସାହୁ, ଦେବ କିଶୋର ମହାନ୍ତି ପ୍ରମୁଖ  ସାଂସଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହିତ ଉଭୟ କଲେଜର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇ ଥିଲେ। ସମସ୍ୟା ଗୁଡିକର ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ସାଂସଦ ପ୍ରତିଶୃତି ଦେଇଥିଲେ। ଏହି ସମୟରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ସୁଧାଂଶୁ ବିଶ୍ୱାଳ, ଅଭିମନ୍ୟୁ ବେହେରା, ଦେବାଶିଷ ରାଉତ, ପବିତ୍ର ମଲ୍ଲିକ, ରୁଦ୍ର ପ୍ରସାଦ ଜେନା, ବିଜୟ କୁମାର ରାଉତ ରୁଦ୍ର ପ୍ରସାଦ ନାୟକ, ରାଜେନ୍ଦ୍ର ମଣ୍ଡଳ, ଭବାନୀ ଶଙ୍କର ନାୟକଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ