୭୭ବର୍ଷରେ ପାଦ ଥାପିଲା ମୁଗୁପୁରର ଶାରଦୀୟ ଦୁର୍ଗା ପୂଜା
ହାଟଡ଼ିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା ମହା ସମାରୋହରେ ଆରମ୍ଭ ହୋଇଥିବା ବେଳେ ମୁଗୁପୁରର ଶାରଦୀୟ ଦୁର୍ଗା ପୂଜା ୭୭ବର୍ଷରେ ପାଦ ଥାପିଛି । ଏଥିପାଇଁ ମୁଗୁପୁର ବାରପାଟଣା ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ବିଶେଷକରି ପଞ୍ଚୁଗୋଛିଆ ପଞ୍ଚାୟତରେ ଏହି ପୂଜା ସର୍ବପୁରାତନ ପୂଜା ଭାବେ ପରିଗଣିତ ହେଉଥିବାବେଳେ ପଞ୍ଚୁଗୋଛିଆ ପଞ୍ଚାୟତର ପ୍ରାୟତ ସମସ୍ତ ଗ୍ରାମର ଶ୍ରଦ୍ଧାଳୁମାନେ ଏହି ପୂଜାରେ ସାମିଲ ହୋଇଥାନ୍ତି । ରବିବାର ବିଲ୍ୱାଧିବାସ କରାଯାଇଥିବାବେଳେ ସୋମବାର ସକାଳୁ ବୈତରଣୀ ନଦୀରୁ ଘଟୋତ୍ତଳନ କରାଯିବା ପରେ ଘଟପୂଜା ଆରମ୍ଭ କରାଯାଇ ମହାସପ୍ତମୀ ପୂଜା କରାଯାଇ ଥିଲା। ଆସନ୍ତା କାଲି ମହାଷ୍ଟମୀ ପୂଜା କରାଯିବ। ଏଥିରେ ପଣ୍ଡିତ ମାସନ କୁମାର ତ୍ରିପାଠୀ, ରବିନ୍ଦ୍ର ସତପଥିଙ୍କ ଦ୍ୱାରା ପୂଜାର୍ଚ୍ଚନା ଚାଲୁଥିବାବେଳେ ଆନନ୍ଦ ଚରଣ ସାହୁ, ଗଣେଶ୍ୱର ସାହୁ, ହରିହର ବାରିକ, ଭରତ ନାୟକ, ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ବୁଧବାର ଦିନ ମହାନବମୀ ପୂଜା ଓ ବଳିଦାନ କରାଯିବା ସହିତ ଗୁରୁବାର ଦଶହରା ପର୍ବ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ମହାଷ୍ଟମୀ ପୂଜାରେ ଶହଶହ ମହିଳା ଭକ୍ତଙ୍କ ସମାଗମ ହୋଇଥାଏ । ଏଠାରେ ଦଶହରା ଦିନ ଦଶହରା ବଳଦ ଯାତ୍ରା, ରାବଣପୋଡି ଉତ୍ସବକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ମୁଗୁପୁରର ବାଣ ଓଡିଶା ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଦଶହରା ଦିନ ବିଭିନ୍ନ ପ୍ରକାରର ବାଣ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ସମଗ୍ର ଅଞ୍ଚଳଟିକୁ ରଙ୍ଗିନ ଆଲୋକମାଳରେ ସୁସଜ୍ଜିତ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଭଜନ କିର୍ତ୍ତନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାକେଶ ଗିରି, ଚନ୍ଦନ କୁମାର ସାହୁ, ଲିପୁନୁ ପୃଷ୍ଟି, ବବୁଲ ବେହେରା, ଜଗନ୍ନାଥ ସାହୁ, ରଶ୍ମୀ ସାହୁ, ସୌମ୍ୟ ରଞ୍ଜନ ବେହେରା, ମନୋରଞ୍ଜନ ଦାସ, ଚ଼ନ୍ଦନ ମହଲା, ସୋନୁ ସାହୁ, ନିରଞ୍ଜନ ବେହେରା, ଜନ୍ମେଜୟ ସାହୁ, ସିଲୁ ସାହୁ, ବିଶ୍ବଜିତ ସାହୁ, ଶମ୍ବୁ ସାହୁ, ଦିପକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।


