ମୁନିଗୁଡା ସାଇବର ସୁରକ୍ଷା ସଚେତନତା ଉଦଯାପନୀ ଉତ୍ସବ ଅନୁଷ୍ଠିତ
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପୋଲିସ ପ୍ରଶାସନ ତରଫରୁ ନୂତନ ଓଏସଆରଟିସି ବସଷ୍ଟାଣ୍ଡ ପରିସରରେ ସାଇବର ସୁରକ୍ଷା ସଚେତନତା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବାସହ “ଉଜୁଡିଗଲା ମୋ ସୁନା ସଂସାର” ନାଟକ ମଞ୍ଚସ୍ଥ ମାଧ୍ୟମରେ ସଚେତନତା ବାର୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱ ଓ ଥାନା ଏସଆଇ ବିକାଶ ଦେବନାଥ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥିଭାବେ ପଞ୍ଚାୟତ ସମିତି ଉପାଧକ୍ଷା ଦୁଃଖିନୀ ନୁଣ୍ଡୃକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତି,ଏସଡିପିଓ ସନ୍ତୋଷିନି ଓରାମ, ଅବସର ପ୍ରାପ୍ତ ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ, ଏଥିସହ ଦିନ କୁ ଦିନ ସାଇବର ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ସାଇବର ଠକ ଙ୍କ ଶିକାର ନହେବାକୁ ଏବଂ କୌଣସି ସାଇବର ଠକେଇ ମାନଙ୍କ ଫୋନ କଲ ନଉଠାଇବା କିମ୍ଭା କୌଣସି ଲିଙ୍କ ଉପରେ କ୍ଲିକ ନକରିବାକୁ ପରାମର୍ଶ ଦେଇଥିଲେ,ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଏସଆଇ ବିକାଶ ଦେବନାଥ ପ୍ରକାଶ କରିବା ସହ ଏହାକୁ କିପରି ରୋକାଯାଇ ପାରିବ ତାକୁ ନେଇ ପୋଲିସ୍ ତରଫରୁ ସଚେତନତା ବାର୍ତା ଦେଇଥିଲେ,ଏହି ଅବସରରେ ମୁନିଗୁଡା ଅଞ୍ଚଳର କଳାକାର ମାନଙ୍କୁ ନେଇ “ଉଜୁଡିଗଲା ମୋ ସୁନା ସଂସାର” ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ପରେ ସ୍କୁଲ୍ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ, ଏହି ସମସ୍ତ କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳକ ଉତ୍ତମ କୁମାର ଦାସ ସଂଯୋଜନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମୁନିଗୁଡା ଥାନାର ଅଧିକାରୀ ଜ୍ୟୋଚିନ୍ଦ୍ର ସାହୁ,ଏଫ.ଏ.ମହମ୍ମଦ,ରବିନାରାୟଣ ସାହୁ,ଗୌରଚନ୍ଦ୍ର ପଣ୍ଡା, ସନ୍ତୋଷ ପାଢ଼ୀ,ରଞ୍ଜୁ ଶବର, ଗୋବିନ୍ଦ ଜାକେକା,ଜୁଲି ଦାସ ଯୋଗଦେଇଥିଲେ।


