ମୁନିଗୁଡା ପୋଲିସ ଦ୍ୱାରା ୩ ଜଣ ଡକାୟତ ଗିରଫ ସହ ଚୋରୀ ରୂପା ଗହଣା ଜବତ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା ୩ ଜଣ ଡକାୟତ ଗିରଫ ସହ ଚୋରୀ ରୂପା ଗହଣା ଜବତ କରିଥିବା ଜଣାପଡିଛି । ସୂଚନା ଯେ ମୁନିଗୁଡ଼ା ଖମଣ ସାହିର ରୂପା ଗହଣା ବ୍ୟବସାୟୀ ଭଗବାନ ନାୟକ ପ୍ରତେକ ଦିନ ଭଳି ଗହଣା ସାମଗ୍ରୀ ଧରି ବେପାରକୁ ବାହାରି ଥିବା ସମୟରେ ମୁନିଗୁଡ଼ା ହାଟମୁନିଗୁଡ଼ା ରାସ୍ତା ଡାକୁଲୁଗୁଡା ଛକ ନିକଟରେ ପୂର୍ବରୁ ଛକି ରହିଥିବା ଆନ୍ତ ଜିଲ୍ଲା ୫ଜଣ ଡକାୟତ ଭଗବାନଙ୍କୁ ଅସ୍ତ୍ର ଦେଖାଇ ଗହଣା ବ୍ୟାଗ ସହ ତାଙ୍କ ଆଧାର କାର୍ଡ ଓ ନଗଦ ୪,୪୦୦ ଟଙ୍କା ଛଡ଼ାଇ ନେଇଥିଲେ। ପରେ ଏହି ଦୃର୍ବୁତ୍ତ ମାନେ ଦୁଇଟି କଳା ପଲସରରେ( ଓଡ଼ି ୩୪ଇ -୮୭୦୮ ଏବଂ ଓଡି ୦୬ଜି – ୮୪୧୧) ସେଠାରୁ ଚଂପଟ ମାରିଥିଲେ। ବ୍ୟବସାୟୀ ଜଣଙ୍କ ଏ ବିଷୟକୁ ନେଇ ମୁନିଗୁଡା ଥାନାରେ ଜଣାଇବା ପରେ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡ଼ା ଥାନା ଆଇଆଇସି କେଶବ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏସ ଆଇ ଅଶ୍ୱନି ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏକ ପୋଲିସ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ। ମୁନିଗୁଡାରୁ ବାହାରକୁ ଯାଉଥିବା ସମସ୍ତ ରାସ୍ତା ଓ ବିଭିନ୍ନ ଅଞ୍ଚଳ ଚଢାଉ କରିବା ସହିତ ସହରର ବିଭିନ୍ନ ଯାତାୟାତ ମାର୍ଗକୁ ତନଖି କରିଥିଲେ। ପରେ ତେଲେଙ୍ଗାପଦର ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରୁ ତିନିଜଣ ଅଭିଯୁକ୍ତଙ୍କୁ ଅତି ଚତୁରତାର ସହ ପୋଲିସ ବାହିନୀ କାବୁ କରି ନେଇଥିଲେ। ଗିରଫ ଅଭିଯୁକ୍ତ ତିନିଜଣ ହେଲେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନ ଦଶ ମଣିଆ ଗ୍ରାମର ସୁମନ ପ୍ରଧାନ(୩୮) ଅଜୟ ପ୍ରଧାନ (୪୦) ଓ ଶିବ ପ୍ରଧାନ(୩୨) ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଆଉ ଦୁଇଜଣ ଆସାମୀ ଖସି ଯାଇଥିଲେ। ଖସି ଯାଇଥିବା ଦୁଇ ଦକାୟତ ଗଞ୍ଜାମ ଜିଲ୍ଲା ନିବାସୀ ଗଣେଶ ପ୍ରଧାନ ଓ ଯାଜପୁର ଜିଲ୍ଲାର ରାକେଶ ପ୍ରଧାନ ବୋଲି ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ତାର ପ୍ରକ୍ରିୟା ଚାଲୁ ରଖିଥିବା ଜଣାପଡିଛି, ତେବେ ଗିରଫ ତିନିଜଣ ଅଭିଯୁକ୍ତଙ୍କ ଠାରୁ ୧୪ଟି ରୂପା ମୁଦି,୧୪ଟି ଛୋଟ ମୁଦି,୫ଟି ରୂପା ମାଳି ଓ ଏକ ଆଧାର କାର୍ଡ ଏବଂ ନଗଦ ୪୪୦୦ ଟଙ୍କା ଜବତ କରାଯାଇଛି,ଏଥି ସହିତ ଗୋଟିଏ ଷ୍ଟିଲ ଛୁରୀ, ପେଚ କସ ଓ ଗୋଟିଏ ଡିକି ଭଙ୍ଗା ଚାବି ମଧ୍ୟ ଜବତ କରାଯାଇଛି। ଡକାୟତ ମାନେ ବ୍ୟବହୃତ କଳା ପଲସରର ସାମାନା ପଟରେ ଗୋଟେ ନମ୍ବର ଥିବା ବେଳେ ପଚ୍ଛ ପଟେ ଅନ୍ୟ ଏକ ନମ୍ବର ଲେଖାଥିବା ଦେଖିବାକୁ ମିଳିଥିଲା। ଏହି ତିନିଜଣ ଡକାୟତକୁ କୋର୍ଟ ଚାଲାଣ କରିବା ସହ ମୁନିଗୁଡ଼ା ଥାନା କେଶ ନଂ ୫୨/୨୦୨୬ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ପୋଲିସ ଥାନା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଏହି ଅଳ୍ପ କିଛି ଦିନ ମଧ୍ୟରେ ମୁନିଗୁଡ଼ା ପୋଲିସର ତନାଘନା ଉଦ୍ୟମ ଫଳରେ ଅନେକ ଚୋରୀ ଓ ଡକାୟତ କେଶର ପର୍ଦ୍ଦାଫାଶ ହେବା ସହିତ ଅନେକ ଚୋରି ହୋଇଥିବା ମୂଲ୍ୟବାନ ସୁନା,ରୂପା ଗହଣା ଉଦ୍ଧାର ହୋଇ ପାଇପାରିଛି।ଫଳରେ ମୁନିଗୁଡ଼ା ଅଞ୍ଚଳବାସୀ ଏସଡିପିଓ ସନ୍ତୋଷିନୀ ଓରାମ,ଆଇଆଇସି କେଶବ ଷଡ଼ଙ୍ଗୀଙ୍କ ସମେତ ମୁନିଗୁଡ଼ା ପୋଲିସର ସଫଳ ଉଦ୍ୟମ ଓ ଟ୍ରାଫିକ ସଜାଡ଼ିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରୁଛନ୍ତି। ସେହିପରି ତନାଘନା ପେଟ୍ରୋଲିଂ ଫଳରେ ଅନେକ ଅସାମାଜିକ ଯୁବକ ଓ ଚୋର, ଡକାୟତ ମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ