ମୁନିଗୁଡା ପ୍ରେସ କ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) :ମୁନିଗୁଡ଼ାର ପ୍ରେସ କ୍ଲବ ତରଫରୁ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ୱ ଓ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ପ୍ରତେକ ବର୍ଷ ଭଳି ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଅତିଥିଭାବେ ପ୍ରେସ କ୍ଳବର ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ଗଣେଶ ପ୍ରସାଦ ପାତ୍ର ଉପସ୍ଥିତ ଥିଲେ,ପ୍ରଥମେ ଆନୁଷ୍ଠାନିକ ଭାବେ ସଭାପତି ଶ୍ରୀ ଦାସ ଜାତୀୟ ପ୍ରେସ ଦିବସ ଉତ୍ସବର ଅଭିନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ପ୍ରେସ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଓ ରାଜ୍ୟ ଉନ୍ନୟନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସାଧାରଣ ଲୋକଙ୍କ ସ୍ୱର,ବେସାହାରଙ୍କ ସାହାରା ସାଜିବା ସହିତ ଗଣମାଧ୍ୟମ ସତ୍ୟର ସାରଥୀ ସାଜିଥାଏ ଏବଂ ପ୍ରତି କ୍ଷେତ୍ରରେ ସାଧାରଣ ଲୋକଙ୍କ ସାହାରା ସାଜିବାକୁ ଆହ୍ଵାନ ଦେଇଥିଲେ। କୌଣସି ପେପର ଛୋଟ ନୁହେଁକି କେଉଁ ସାମ୍ବାଦିକ ମଧ୍ୟ ଛୋଟ ନୁହନ୍ତି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସାମ୍ବାଦିକ ଗଣେଶ ପାତ୍ର ପ୍ରକାଶ କରିଥିଲେ,ଏହି ଅବସରରେ ରାଜ୍ୟ ସରକାରଙ୍କୁ ସଙ୍ଘ ତରଫରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ,ଅଧିସ୍ୱୀକୃତି କମିଟି ପୁନଃଗଠନ ଓ ବ୍ଲକ୍ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ,ପ୍ରବର୍ତ୍ତିତ ସ୍ବାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ,ମିଡ଼ିଆ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଓ ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରଵେଶାଧିକାର ଆଦି ଦାବିକୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ସହ ଆଲୋଚନା କରୁଥିବା ନେଇ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ ସୂଚନା ଦେଇଥିଲେ,ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କୈଳାସଚନ୍ଦ୍ର ଲାବଲା,ନରେଶ ପାତ୍ର,ହାଡ଼ିପା ଗୌଡ଼,ଲାଡି ଶଙ୍କର,କ୍ଷମା ସାଗର ଦାସ,ରାଜେଶ ସାହୁ,ଧନୁ କୁଶୁଲିଆ, ଭି. ପ୍ରବୀନ କୁମାର,ପ୍ରସାଦ ସାହୁକାର,ଆନନ୍ଦ ରାଓ, ଦକ୍ଷ ବାତ୍ରା, ପ୍ରମୁଖ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ