ବାଘ ଛାଲ ସହ ହତ୍ୟାକାରୀ ଗିରଫ
କନ୍ଧମାଳ(ଓ୍ବାଇଏନଏସ) : କନ୍ଧମାଳ ଜିଲ୍ଲା ଟିକାବାଲି ବନାଞ୍ଚଳ ରେ ଥିବା ଚକାପାଦ ବ୍ଲକ ର ବ୍ରାହ୍ମଣ ପାଦ ପଞ୍ଚାୟତ ର ରିଙ୍ଗି ପଡା ଗ୍ରାମର ପଙ୍କଜ କଂହର ଏକ ବର୍ଷ ତଳେ ଏକ କଲରା ପତ୍ରିଆ ବାଘ କୁ ଦାନାଦାର ଦେଇ ମାରି ଏକ ବର୍ଷ ଧରି ବାଘର ଚମଡା ଲୁଚାଇ ରଖିଥିଲା! ଚମଡା କୁ ବିକ୍ରି କରି ବାକୁ ଉଦ୍ୟମ କଲାବେଳେ ଖବର ପାଇ ଏସି ଏଫ ଙ୍କ ନେତୃତ୍ୱରେ ଏକ ଟିମ ବାଘ ଚମଡା ସହ ହତ୍ୟାକାରୀ ପଙ୍କଜ କୁ କାବୁ କରି ଥିଲେ! ପଙ୍କଜକୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ସେକ୍ସନ ୫୧ ଅନୁଯାୟୀ ଗିରଫ କରି ମାମଲା ରୁଜ୍ଜୁ ହୋଇଛି! ଏହି ଅପରାଧରେ ତିନି ବର୍ଷ ରୂ ୭ ବର୍ଷ ଜେଲ ଦଣ୍ଡ ଓ ଜୋରିମାନା ୨୫୦୦୦ ରୂ ୧ ଲକ୍ଷ ପର୍ଯ୍ୟନ୍ତ ରହିଁଛି! ୨୦୨୫ ରେ କଲରା ପତିରିଆ ବାଘ ପଙ୍କଜର ଗୁହାଳ ରେ ପଶି ଏକ ଗାଈକୁ ମାରିଥିଲା! ପଙ୍କଜ ମଲା ଗାଈର ମାଂସ ଉପରେ ଦାନାଦାର ବୋଳିଥିଲା! ବାଘ ସେହି ମାଂସ ଖାଇ ମୃତ୍ୟୁ ମୁଖରେ ପଡିଥିଲା! ବାଘ ର ଚମଡା ବାହାର କରି ବାଘ ର ମାଂସ କୁ ମାଟି ତଳେ ପୋତି ଥିଲା!ଏକ ବର୍ଷ ପରେ ପଙ୍କଜ ଧରା ପଡିଲା!ଚଢ଼ାଉରେ ଏ. ସି. ଏଫ ଶ୍ୱେତଲିନା ସାହୁ, ଚକାପାଦ ବନପାଳ କମଳା କାନ୍ତ ପ୍ରଧାନ, ଟିକାବାଲି ଫରେଷ୍ଟର ଦୁର୍ଗା ପ୍ରସାଦ ଦାସ, ଚାହାଳୀ ଫରେଷ୍ଟର ମହେନ୍ଦ୍ର ବିଶ୍ୱାଳ,ବନ ରଖି ଏ ସନ୍ତୋଷ କୁମାର ଓ ଲଛମନ ରେଡ୍ଡୀ ସାମିଲ ଥିଲେ


