ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ନନ୍ଦ ମହୋତ୍ସବ

ଆସିକା  (ୱାଇଏନ୍‍ଏସ୍‍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଧରାକୋଟ ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ବରଡାବିଲି ଗ୍ରାମରେ ନନ୍ଦ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଷୋହଳ ଖଣ୍ଡ ଗୋପାଳ ସମାଜ ଏବଂ ଧରାକୋଟ ତାଲୁକା ଉନ୍ନୟନ ଓ କଲ୍ୟାଣ ପରିଷଦ (ଗଞ୍ଜାମ)ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଷୋହଳ ଖଣ୍ଡ ଗୋପାଳ ସମାଜ ଧରାକୋଟ ତାଲୁକା ସଭାପତି ଶତୃଘ୍ନ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ନନ୍ଦ ମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାନଖେମୁୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ଜେନା, ଯୁବ ସମାଜସେବୀ ପ୍ରଣବ କୁମାର ବିଷୋୟୀ, ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ସଭାପତି ଅରୁଣ କୁମାର ଗୌଡ, ଜିଲ୍ଲା ଉପସଭାପତି ଧୋବା ଗୌଡ, ଜିଲ୍ଲା ସଂପାଦକ ପର୍ଶୁରାମ ଗୌଡ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ କୁମାର ଗୌଡ, ଜିଲ୍ଲା ଉପଦେଷ୍ଟା ନନ୍ଦ କିଶୋର ମହାଙ୍କୁଡ ଏବଂ ଉଲ୍ଲାସ ଗୌଡ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନାରାୟଣ ମହାଙ୍କୁଡ, ସହସଂପାଦକ ଇନ୍ଦ୍ରମଣି ଗୌଡ ଓ ନରସିଂହ ଗୌଡ, ଧରାକୋଟ ତାଲୁକା ଉପସଭାପତି ତଥା ଜିଲ୍ଲା ସମୀକ୍ଷକ କାମେଶ୍ୱର ଗୌଡ, ଧରାକୋଟ ତାଲୁକା କର୍ମକର୍ତ୍ତା ସୁରେନ୍ଦ୍ର ଗୌଡ, ବୁଲୁ ଗୌଡ, ବିଜୟ କୁମାର ଗୌଡ, ଅଭିମନ୍ୟୁ ଗୌଡ, ସୁବାସ ଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇ ନନ୍ଦ ମହୋତ୍ସବ ପାଳନର ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିବା ସାଙ୍ଗକୁ ଗୋପାଳ ସମାଜର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଧରାକୋଟ ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ବରଡାବିଲି ଗ୍ରାମରେ ଏକ ଭକ୍ତିମୟ ପରିବେଶରେ ନନ୍ଦ ମହୋତ୍ସବ ପାଳନ ହୋଇଥିଲା ବେଳେ ଏହି ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷର ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା । ବରଡାବିଲି ଗ୍ରାମରେ ଅନୁଷ୍ଠିତ ନନ୍ଦ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସ ଯାତ୍ରା, ଘୃତଯଜ୍ଞ, ଶ୍ରୀ ଗୋପାଳକୃଷ୍ଣଙ୍କ ନଗର ପରିକ୍ରମା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦଧିଭାଣ୍ଡ ଭଂଜନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ସଂପନ୍ନ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଗୋପାଳ ସମାଜର ସକ୍ରିୟ ସଦସ୍ୟ ମନୋଜ କୁମାର ଗୌଡ, ପ୍ରକାଶ ଗୌଡ, ବିଦେଶୀ ଗୌଡ, କୃଷ୍ଣ ଗୌଡ, ସିମାଞ୍ଚଳ ଗୌଡ, ପ୍ରକାଶ ଚନ୍ଦ୍ର ଗୌଡ, ଧୋବା ଗୌଡଙ୍କ ସମେତ ବରାଡାବିଲି ଗ୍ରାମ ପରିଷଦ ଏବଂ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିଲା ବେଳେ ଗୋପାଳ ପରିବାରର ଶହ ଶହ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ