ପିକଅପ ସହ ବିପୁଳ ପରିମାଣର ପାଉଚ ମଦ ଜବଦ କଲା ନନ୍ଦିପଦା ପୋଲିସ: ଦୁଇ ଗିରଫ

ହାଟଡିହି (ଓ୍ବାଇଏନଏସ) : ନନ୍ଦିପଦା ପୋଲିସ ଆଜି ଏକ ପିକଅପ ଭ୍ୟାନରୁ ବିପୁଳ ପରିମାଣର ପାଉଚ ମଦ ଜବଦ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଦେଇଥିବା ସୂଚନା ଅନୁଯାଇ ଆଜି ମଧ୍ୟାହ୍ନରେ ଆନନ୍ଦପୁର ଭଦ୍ରକ ରାସ୍ତାର ବେତିରା ଗାଁ ନିକଟରେ ଏକ ପିକଅପ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପୋଲିସ ପିକଅପ ଭ୍ୟାନକୁ ଜବଦ କରି ଥାନାକୁ ଆଣିବା ପରେ ତା ଭିତରୁ ପରିବା ଟ୍ରେ ରେ ଥାକ ଥାକ ହୋଇ ବିପୁଳ ପରିମାଣର ପାଉଚ ମଦ ଥିବା ଦେଖିବାକୁ ପାଇଥିଲା। ଏପରିକି ଡ୍ରାଇଭରର ସିଟ ତଳେ ମଧ୍ୟ ପେଟି ପେଟି ମଦ ସଜେଇ ହୋଇ ରଖାଯାଇଥିଲା। ଗାଡ଼ିରେ ମୋଟ ୧୦୦୦ ଲିଟରରୁ ଉର୍ଦ୍ଧ ପାଉଚ ମଦ ଜବଦ କରିଥିଲା ପୋଲିସ। ଏହି ଘଟଣାରେ ଗାଡି ଚାଳକ ଅଭିନାସ ଦାସ, ହେଲ୍ପର ଛତିଶି ବଳକୁ ପୋଲିସ ଗିରଫ କରିଛି। ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ବୋଲି ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ