ପିକଅପ ଧକ୍କାରେ ଯୁବତୀ ଗୁରୁତର

ହାଟଡ଼ିହି ,(ଓ୍ବାଇଏନଏସ) : ଆନନ୍ଦପୁର ଭଦ୍ରକ ରାସ୍ତାର ବେତିରା ନିକଟରେ ପିକଅପ ଧକ୍କାରେ ଜଣେ ସ୍କୁଟି ଆରୋହୀ ଯୁବତୀ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନାରୁ ଜଣା ଯାଇଛି ଯେ ଆଜି ମଧ୍ୟାହ୍ନରେ ଜଣେ ସ୍କୁଟି ଆରୋହୀ ମହିଳା ଆନନ୍ଦପୁର ଆଡକୁ ଯାଉଥିବା ବେଳେ ସମୁଖରୁ ଆସୁଥିବା ଏକ ପିକଅପ ଭ୍ୟାନ  ଯୁବତୀ ଜଣକୁ ଧକ୍କା ଦେଇଥିଲା। ଯୁବତୀ ଜଣକ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବତୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲେ। ଯୁବତୀଙ୍କ ଘର ମଞ୍ଜୁରୀରୋଡ଼ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ସସ୍ମିତା ଦାସ ବୋଲି ଜଣା ପଡିଛି। ସେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣା ଯାଇଛି। ପୋଲିସ ଏନେଇ ଥାନା କେସ ନଂ ୧୧୮ରେ ଏକ ମାମଲା ରୁଜୁ କରି ଗାଡିକୁ ଜବଦ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ