ନାନୋ ୟୁନିକର୍ଣ୍ଣ ଚୟନ ଶିବିର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଦକ୍ଷତା ବିକାଶ ଓନିୟୋଜନକାର୍ଯ୍ୟାଳୟରେ ନାନୋ ୟୁନିକର୍ଣ୍ଣ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକାରୀ କମିଟି ଦ୍ୱାରା ୨୨ ଓ ୨୩ ଜୁଲାଇ ଦୁଇଦିନ ଧରି ଅନୁଷ୍ଠିତ ହେଇଥିବା ଏହି ଚୟନ ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୧ ଜଣ ଲାଭାର୍ଥୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାଏକଙ୍କ ତତ୍ତ୍ୱବଧାନରେ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ଶ୍ରୀମାନ ଅଭିଷେକ ଚକ୍ର ଓ ମୁସ୍କାନ ଚେଲୱାନୀ ଓ ଟାଟା ଷ୍ଟ୍ରାଇଭ‘ର କର୍ମକର୍ତ୍ତା ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଯୋଗ୍ୟ ବିବେଚିତ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କୁ ସ୍ୱାବଲମ୍ବୀ ହେବାକୁ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ