ମାନବସେବା ସମିତି ପକ୍ଷରୁ ନାରାୟଣ ସେବା କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ଦିନଦୁଃଖୀଙ୍କ ସେବାରେ ସଦାସର୍ବଦା ସମର୍ପିତ ମାନବ ସେବା ସମିତି ପକ୍ଷରୁ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଧର୍ମର ମାସ କାର୍ତ୍ତିକ ଅବସରରେ ସ୍ଥାନୀୟ ଖମ୍ବେଶ୍ୱରୀ ମନ୍ଦିରର କଲ୍ୟାଣ ମଣ୍ଡପ ପରିସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଦୀନଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ମାନବସେବାକୁ ମାଧବ ସେବା ରୂପେ ଗ୍ରହଣ କରି ୧୯୮୮ ମସିହା ଏପ୍ରିଲ ମାସରେ ଆସିକା ଅଞ୍ଚଳର ଜଣାଶୁଣା ଶିକ୍ଷକ ସ୍ୱର୍ଗତ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟା ଦ୍ୱାରା ଗଠିତ ହୋଇ ଦୀର୍ଘ ୩୭ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଆସିକା ସହରର ମାନସେବା ସମିତି ପ୍ରତ୍ୟେକବର୍ଷ କାର୍ତ୍ତିକ ମାସ, ମାଘମାସ, ବୈଶାଖ ମାସ ଓ ଆଷାଢ ମାସର ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ଦୀନଦୁଃଖୀ ମାନଙ୍କୁ ସହାୟତା କରିଆସୁଛି । ମାନବସେବା ସମିତିର ସଭାପତି ଗଣେଶ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଦୀନଦୁଃଖୀଙ୍କ ଅନ୍ନଯଜ୍ଞ ଓ ଶୀତବସ୍ତ୍ର ଦାନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ତଥା ମାନବସେବା ସମିତିର ସଂପାଦକ ଦୁର୍ଗାପ୍ରସାଦ ପଣ୍ଡା, ସହସଂପାଦକ ବଦ୍ରିନାରାୟଣ ପାତ୍ର, ସମାଜସେବୀ ଦିଲୀପ କୁମାର ପାଣିଗ୍ରାହୀ, ଭି.କ୍ରିଷ୍ଣାସ୍ୱାମୀ ରାଓ, ବିଦେଶୀ ନାହାକ, ସୁଶିଲ୍ ମୋହନ ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ମାନସ ରଂଜନ ଗୌଡ, ସୁରେଶ ଚନ୍ଦ୍ର ବିଷୋୟୀ, ବୁଲୁ ପାଣିଗ୍ରାହୀ, ମନୋଜ କୁମାର ମିଶ୍ର, ଅଶୋକ କୁମାର ମହାରଣାଙ୍କ ସମେତ ବହୁ ସମାଜସେବୀ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷା ୨୦୨୩ ରେ ସାରା ରାଜ୍ୟରେ ୧୪୨ତମ ର୍ୟାଙ୍କରେ କୃତିତ୍ୱ ହାସଲ କରିଥିବା ଆସିକା ଏନ୍ଏସି ଅଧୀନସ୍ଥ କଳିଙ୍ଗରୋଡ ଅଞ୍ଚଳର ପ୍ରତିଶୃତି ପୋଲାଇଙ୍କୁ ଏକ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ମାନବସେବା ସମିତିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ, ସଂପାଦକ ଦୁର୍ଗାପ୍ରସାଦ ପଣ୍ଡା, ଆସିକା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ ଓ ବିଦେଶୀ ନାହାକ ପ୍ରମୁଖ ଉଦ୍ବୋଧନ ଦେଇ ଜୀବନରେ ସାର୍ଥକତା ପ୍ରମାଣିତ କରିବା ଓ ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ଦୃଢତାର ସହ ଅଗ୍ରସର ହେବାକୁ ପରାମର୍ଶ ଦେଇ ଅବିରତ ପ୍ରୟାସ, କଠିନ ପରିଶ୍ରମ ଓ ଉଚ୍ଚକୋଟୀର ଯୋଜନା ଓ ଚିନ୍ତାଧାରାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମାନବସେବା ସମିତି ପକ୍ଷରୁ ଅନୁଷ୍ଠିତ ଏହି ନାରାୟଣ ସେବା ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ,ବୁଦ୍ଧିଜୀବୀ, ସହରବାସୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।