ଟାଙ୍ଗଣା ପଲ୍ଲୀ ହାଇସ୍କୁଲରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ

ଛତ୍ରପୁର, (ଓ୍ବାଇଏନଏସ):  ଅତ୍ୟାବଶକ ସମୟରେ ଓ ଜାତୀୟ ବିପର୍ଯ୍ୟୟ ସମୟରେ ସୈନ୍ୟ ବାହିନୀକୁ ସହଯୋଗ କରିବା ପାଇଁ  ୧୯୪୮ମସିହା ରେ ପ୍ରଚଳିତ ହୋଇ ଆସୁଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ  ସମସ୍ତ ସ୍କୁଲ କଲେଜରେ ଥିବା ଏନ ସି ସି ଶାଖା ଦ୍ୱାରା ନଭେମ୍ବର ମାସର ଚତୁର୍ଥ ରବିବାରକୁ ଏନ. ସି. ସି. ଦିବସ ରୂପେ ପାଳନ କରାଯାଉଛି l ଏହି ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠରେ ଉକ୍ତ ଦିବସ ପାଳନ ହୋଇଯାଇଛି l ବିଦ୍ୟାଳୟର ପ୍ରଥମ ଏନ. ସି. ସି. ଶିକ୍ଷକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ  କାମରାଜୂ ମହାରଣା ମୁଖ୍ୟଅତିଥି ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ଏନ. ସି. ସି. କ୍ୟାଡେଟ ମାନେ ଗାର୍ଡ ଅଫ ଅନର ଦ୍ୱାରା ତାଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ l ଆୟୋଜିତ ସଭାରେ ପ୍ରତ୍ୟେକ ଏନ. ସି. ସି ଛାତ୍ର ଶୃଙ୍ଖଳିତ ହୋଇ ଏକତା ରକ୍ଷା କରି ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ବିଦ୍ୟାଳୟରେ ଏନ. ସି. ସି. ଶାଖା ଗଠନର ଇତିହାସ ଛାତ୍ର, ଛାତ୍ରୀଙ୍କୁ ଅବଗତ କରେଇଥିଲେ l ଫାଷ୍ଟ ଅଫିସର ସୁଧାକର ବୋଳି ଉତ୍ସବ ପରିଚାଳନା କରିଥିଲେ  ଏବଂ ବିଦ୍ୟାଳୟ ଶାଖାର କାର୍ଯ୍ୟକ୍ରମ ଉପରେ ବିବରଣୀ ରଖିଥିଲେ l ଏନ. ସି. ସି. କ୍ୟାଡେଟ ରାଗିଣୀ ପ୍ରଧାନ, ରାଜେଶ୍ୱରୀ ବିଷୋୟୀ, ପି. ଲଛେୟା ରେଡ଼ି, ଅମୃତା ମହାପାତ୍ର, ଆରୟନ ମହାରଣା, ଆଦ୍ୟାଶା ଗୌଡ଼ ନିଜ ନିଜର ବକ୍ତବ୍ୟ ରଖିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ