ଷ୍ଟେସନର ବିକାଶ ଓ ଯାତ୍ରୀଙ୍କ ସୁବିଧା ନିମନ୍ତେ କଲ୍ୟାଣ ସଂଘ ପକ୍ଷରୁ ପ୍ରତିବାଦ ଏବଂ ଦାବୀ ପତ୍ର
ଛତ୍ରପୁର, (ଓ୍ବାଇଏନଏସ) : ଷ୍ଟେସନର ବିକାଶ ଓ ଯାତ୍ରୀଙ୍କ ବିଭିନ୍ନ ସୁବିଧା ନିମନ୍ତେ ଛତ୍ରପୁର ରେଳ ଉପ ଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ଦାବି ଜୋର ଧରିଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ହୋଇଥିଲେ ସୁଦ୍ଧା ଏଠି ସବୁ ପ୍ରକାର ଅବହେଳିତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବନ୍ଦ ହୋଇ ରହିଥିବା ବାଲି ଗେଟନଂ ୫୮୦/୫ କୁ ତୁରନ୍ତ ଖୋଲିବା,କୋର୍ଟ ଷ୍ଟେସନରେ ପଡି ରହିଥିବା ଅଳିଆ ଆବର୍ଜନା କୁ ସଫେଇ କରିବା, ଅଚଳ ହୋଇ ରହିଥିବା ୨ ଟି ନଳ କୂପ କୁ କାର୍ଯ୍ୟକ୍ଷମ କରିବା, ପ୍ଲାଟଫର୍ମ ରେ ଅଧା ପାନ୍ତରିଆ ରେ ରହିଥିବା କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା, ଟିକଟ ଘରର ନଷ୍ଟ ହୋଇ ପଡ଼ିଥିବା ଝରକା ଓ କବାଟ ଗୁଡିକ ସଜାଡିବା , ଯାତ୍ରୀ ଙ୍କ ସୁବିଧା ନିମନ୍ତେ ପଲାସା – କଟକ ମେମୋ ଗାଡି ରେ ଡବା ସଂଖ୍ୟା କୁ ବୃଦ୍ଧି କରିବା, କଟକ- ଗୁଣପୁର ମେମୋ ରେ ଯାତ୍ରାୟତ ନିମନ୍ତେ ଦୁଇଟା ରେକ କରିବା ଏବଂ ଭୁବନେଶ୍ୱର-ପଲାସା ମେମୋ ର ନିର୍ଧାରିତ ସମୟ ସୀମା ର ପରିବର୍ତନ କରିବା ସମେତ ବିଭିନ୍ନ ଦାବୀ ନେଇ ରବିବାର ନାଗୁଲୁପେଟାସ୍ଥିତ ରେଳ ଫାଟକ ନିକଟରେ ଛତ୍ରପୁର ରେଳ ଉପଭୋକ୍ତା କଲ୍ୟାଣ ସଂଘ ର କାର୍ଯ୍ୟକାରୀ ସଭାପତି ସିଏଚ. ମହେଶ୍ୱର ରାଓ ଓ ସଂପାଦକ ପି.ଭେଙ୍କଟ ପ୍ରସାଦ ଙ୍କ ନେତୃତ୍ୱ ସୀତାରାମପଲ୍ଲୀ ଏବଂ ସ୍ଥାନୀୟ ବାସିନ୍ଦା ମାନେ ପ୍ରତିବାଦ କରିବା ସହିତ ବିଭିନ୍ନ ଦାବି ସମ୍ପର୍କ ରେ ଏକ ଲିଖିତ ପତ୍ର ଷ୍ଟେସନ ମ୍ୟାନଜର ଙ୍କୁ ପ୍ରଦାନ କରିଛନ୍ତି


