ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ ଗୃହରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି ।  ଜିଲ୍ଲା ମତ୍ସ୍ୟଅଧିକାରୀ ଦେବବ୍ରତ ସାମଲ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସହାକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ ଯୋଗ ଦେଇ ଜିଲ୍ଲାର ମତ୍ସ୍ୟ ଚାଷକୁ ଆହୁରି କିପରି ବ୍ୟାପକ କରି ହେବ ଏବଂ ମତ୍ସ୍ୟଜୀବି ଓ ମତ୍ସ୍ୟଚାଷୀଙ୍କ ଜୀବନରେ ଉନ୍ନତି ଆଣିହେବ ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଓପେକ୍ରା ଜିଲ୍ଲା ପ୍ରକଳ୍ପ ପରିଚାଳକ ସୟଦ ସରୋସ ଇକ୍ମାଲ ମାଛ ଚାଷର ବିଭିନ୍ନ ପ୍ରକାର ବୈଷୟିକ ଜ୍ଞାନକୌଶଳ ବିଷୟରେ ଆଲୋଚନା କରି ମଧୁର ଜଳ ଚିଙ୍ଗୁଡି ଚାଷ ଉପରେ ସବିଶେଷ ଉପାଦେୟ ତଥ୍ୟ ରଖିଥିଲେ । ଜିଲ୍ଲା ମତ୍ସ୍ୟଅଧିକାରୀ ଦେବବ୍ରତ ସାମଲ ନିଜ ସଭାପତିତ୍ୱ ବକ୍ତବ୍ୟରେ ଜାତୀୟ ମତ୍ସ୍ୟଚାଷୀ ଦିବସର ଉଦେ୍ଦଶ୍ୟ ଏବଂ ଏହି ଦିବସ ଉପଲକ୍ଷେ ଜିଲ୍ଲାରେ ଅଧିକ ମାଛ ଚାଷ ପାଇଁ ପୋଖରୀ ଖୋଳିବା,ଜିଲ୍ଲାରେ ଥିବା ପୋଖରୀର ଉତ୍ପାଦନ କ୍ଷମତା ବଢାଇବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରିଥିଲେ । ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ, କେନ୍ଦୁଝର ତନୁଶ୍ରୀ ବେହେରା ସମସ୍ତ ଅତିଥି ବୃନ୍ଦ ଓ ମତ୍ସ୍ୟଚାଷୀଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତେଲକୋଇ ବ୍ଲକ ସହକାରୀ ମତ୍ସ୍ୟଅଧିକାରୀ ବାଲ୍ମିକୀ ପାତ୍ର,ସଦର ବ୍ଲକ ସହକାରୀ ମତ୍ସ୍ୟଅଧିକାରୀ ଭାଗ୍ୟବାନ ଲେଙ୍କା ସହଯୋଗ କରିଥିଲେ । ଏହି ଅବସରରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଉକôର୍ଷତା ପାଇଁ ମତ୍ସ୍ୟଚାଷ ପୋଖରୀ ଯୋଜନାରେ ଘଟଗାଁ ବ୍ଲକର ଗଣେଷ ନାୟକ,ମାଛ ଜାଆଁଳ ଉତ୍ପାଦନ ପାଇଁ ପାଟଣା ବ୍ଲକ ସରାସକୋଲା ଗ୍ରାମର ଦୂର୍ଗା ଚରଣ ମହାନ୍ତ,ଗ୍ରାମ ପଂଚାୟତ ପୋଖରୀରେ ମାଛ ପାଇଁ ସଦର ବ୍ଲକର ମହୁଲଡିହା ଗ୍ରାମର ଗଣେଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ମତ୍ସ୍ୟବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଗୋଟି ବ୍ଲକରୁ ମତ୍ସ୍ୟଚାଷୀ,ମତ୍ସ୍ୟ ଉଦ୍ୟୋଗୀ,ମାଛ ଜାଆଁଳ ଉତ୍ପାଦନକାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ