ଜାତୀୟ ବାଳିକା ଦିବସ ପାଳିତ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ପିଏମ ଶ୍ରୀ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ, ବନ୍ତିଲୋ ପରିସରରେ ଜାତୀୟ ବାଳିକା ଦିବସ ପାଳନ କରାଯାଇଛି। ଶିଶୁ କନ୍ୟା ଙ୍କ ଶିକ୍ଷା, ସୁରକ୍ଷା, ସ୍ୱାବଲମ୍ବନ, ସଂମ୍ମାନ ଓ ସଶକ୍ତିକରଣ କୁ କେନ୍ଦ୍ର କରି ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପରିଡା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଓ ସେ ପା ଜଏଣ୍ଟ ଡାଇରେକ୍ଟର ଡ଼ଃ ସନ୍ତୋଷ କୁମାର ରାଉତ, ମୁଖ୍ୟ ବକ୍ତା ରାଜ୍ୟ ଜେଣ୍ଡର କୋଡ଼ିନେଟର ଲହରି ମହାନ୍ତି, ଜିଲ୍ଲା କୋଡ଼ିନେଟର କମଳକାନ୍ତ ରଥ, ସଂମ୍ମାନିତ ଅତିଥି ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ,ବର୍ଣ୍ଣାଳି ଷ୍ଟେଟ କୋଡ଼ିନେଟର ରୁକ୍ମଣୀ ପଣ୍ଡା, ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ପ୍ରିୟଦର୍ଶୀ ବିଶ୍ୱାଳ, ସାଧନ ସଂଯୋଜକ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ, ସାମରିକ ଓ କୃଷିଠାରୁ ଆରମ୍ଭ କରି ରାଜନୀତି, ଅର୍ଥନୀତି ପରି ପ୍ରତ୍ୟେକ କ୍ଷେତ୍ରରେ ଝିଅ ମାନେ ଅଭୁତପୂର୍ବ ସଫଳତା ଓ ଦକ୍ଷତା ସତ୍ୱେ ଆଜି ମଧ୍ୟ ଆମ ମାନସିକତା ରେ ଭେଦ ଭାବ ପ୍ରଭାବ ଅବ ଦମତି ହୋଇରହିଛି। ଆଜି ମଧ୍ୟ ଅନେକ ରାଜ୍ୟରେ ପରିବାର ରୁ ସମାଜ ଓ କାର୍ଯ୍ୟ କ୍ଷେତ୍ର ପର୍ଯ୍ୟନ୍ତ ବାଳିକା ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଅନେକ ସ୍ଥାନରେ କନ୍ୟା ଭୃଣହତ୍ୟା, ଶିଶୁ କନ୍ୟା ମୃତ୍ୟୁ, ବାଲ୍ୟ ବିବାହ, ଅଧାରୁ ପାଠ ଛାଡିବା, ଲିଙ୍ଗଗତ ବୈଷ୍ୟମି ଇତ୍ୟାଦି ରେ ଶିକାର ହୁଅନ୍ତି ନିରୀହ ବାଳିକା ଶିଶୁ। ଆଜିର ସମାଜ ରେ ବାଳିକା ଶିଶୁ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ସେମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରି ଏକ ସାମାଜିକ ପରିବର୍ତ୍ତନ ଉପଯୋଗୀତା ଲକ୍ଷ୍ୟ ରଖି ଭାରତରେ ଜାନୁୟାରୀ ମାସ ୨୪ତାରିଖ ରେ ଜାତୀୟ ବାଳିକା ଦିବସ ଭାବରେ ପାଳନ କରାଯାଏ। ଏହା ଶହ ବିଦ୍ୟାଳୟ ପରିସରରେ ମା “ମାନଙ୍କ ମଧରେ ବିଭିନ୍ନ ପ୍ରତିଯୋଗିତା ଶହ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗ ରେ ପୁରସ୍କୃତ କରାଯାଇଥିଲା।


