ଜାତୀୟ ହ୍ୟାଣ୍ଡ ବଲ୍ ଚାମ୍ପିଅନସିପ ପ୍ରତିଯୋଗିତା: ଛାତ୍ର ଲିମାଇ ଭାଗ ନେବା ପାଇଁ ମନୋନୀତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତିର ଛାତ୍ର ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ  ହ୍ୟାଣ୍ଡ ବଲ୍ ଚାମ୍ପିଅନସିପ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି. ସୂଚନାଯୋଗ୍ୟଯେ, ଏହି ଜିଲ୍ଲାର ରାୟଗଡ ବ୍ଲକ ମହକୁମାରେ ଥିବା ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଅଷ୍ଟମ ଶ୍ରେଣୀର ଛାତ୍ର ଲିମାଇ ଚରଣ ରାଉତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ୧୪ ବର୍ଷରୁ କମ ହ୍ୟାଣ୍ଡ ବଲ ବାଳକ ଦଳରେ ସ୍ଥାନ ପାଇଛନ୍ତି। ସେ ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଫତେଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ହ୍ୟାଣ୍ଡ ବଲ୍ ଚାମ୍ପିଅନସିପରେ ଭାଗ ନେବେ। ଏହି ସଫଳତା ପାଇଁ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରଶ କୁମାର ସାହୁକାର ଏବଂ କ୍ରୀଡା ଶିକ୍ଷକ ସନ୍ତୋଷ ପ୍ରସାଦ ପଣ୍ଡା ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ର ଶୁଭେଚ୍ଛା ଜଣାଇବା ସହ ଜାତୀୟ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ତତ୍ ସହିତ ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣବାସୀ ନାୟକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଏବଂ ପୂର୍ବତନ ଏସଡିସି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ସ୍ଥାନୀୟ ଯୁବ କ୍ରୀଡାବିତମାନେ ଖୁସି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଏହି ବିଦ୍ୟାଳୟର ଗତ କିଛି ବର୍ଷ ହେଲା କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇ ଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ