ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଜାତୀୟ ହସ୍ତତନ୍ତ ଦିବସ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଜାତୀୟ ହସ୍ତତନ୍ତ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁଙ୍କ ପ୍ରେରଣାରେ ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରିସରରେ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବମକେଇ ସୂତା ଓ ପାଟ ଶାଢ଼ୀର ଏହି ପ୍ରଦର୍ଶନୀରେ ପଦ୍ମନାଭପୁର ର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ ଶ୍ରୀ ଇଉ. ନୀଳକଣ୍ଠ ନିଜର ବୁଣା ବସ୍ତ୍ର ନେଇ ଆସିଥିଲେ। ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ଅତ୍ୟନ୍ତ ଆଗ୍ରହର ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ନିଜର ପସନ୍ଦର ବସ୍ତ୍ର କ୍ରୟ କରିଥିଲେ। ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ଡ. ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ଓଡିଶାର ପାରମ୍ପରିକ ବୟନ ଶିଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। କୁଳପତି ପ୍ରଫେସର ଅସୀମା ସାହୁଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟନାୟକ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ବିଶ୍ୱବିଦ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ l ଏପରି କାର୍ଯ୍ୟକ୍ରମ ଦ୍ୱାରା ଗଞ୍ଜାମର ହସ୍ତତନ୍ତ ବସ୍ତ୍ରର ପ୍ରଚାର ଓ ପ୍ରସାର ସମ୍ଭବ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ