ଜାତୀୟ ସାମ୍ବାଦିକ ଦିବସ ପାଳିତ

ଫୁଲବାଣୀ (ବି.ଭି.ଶଙ୍କର ) : ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଠାରେ ଭଏସ ଅଫ ମିଡ଼ିଆ କନ୍ଧମାଳ ଶାଖା ପକ୍ଷରୁ 60 ତମ ଜାତୀୟ ପ୍ରେସ୍ ଦିବସ ମହା ସମାରୋହ ରେ ସଙ୍ଘ ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ସଙ୍ଘ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ l ମୁଖ୍ୟ ଅତିଥି ଭାବେ  ବରିଷ୍ଠ ସାମ୍ବାଦିକ ତଥା ଭଏସ ଅଫ ମିଡ଼ିଆର ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ବିଭି ଶଙ୍କର ଯୋଗ ଦେଇ ଆଜିର ଦିନକୁ ଆମେ କାହିଁକି ପାଳନ କରୁଛେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ l ଆହୁରି ମଧ୍ୟ କହିଥିଲେ ଯେ 1966 ମସିହା ନଭେମ୍ବର 16 ତାରିଖ ରେ ଭାରତୀୟ ପ୍ରେସ୍ ପରିଷଦ କାର୍ଯ୍ୟ ଆରମ୍ଭ କରିଥିଲା। ଏ ବର୍ଷର ବିଷୟ ବସ୍ତୁ ଥିଲା “ସାମ୍ବାଦିକତା: ଲୋକପ୍ରିୟ ନା ଦାୟିତ୍ୱବାନ” l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବ୍ରଜ ବିହାରୀ ନନ୍ଦ ଯୋଗ ଦେଇ ସାମ୍ବାଦିକତା ର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଥିଲେ।  ଅନ୍ୟତମ ଅତିଥି ଭାବେସୁନୀଲ ବିଶ୍ୱାଳ, ପ୍ରଶାନ୍ତ କୁମାର ବେହେରା, ସଦାଶିବ ପାତ୍ର ଓ ଅଶୋକକୁମାର ପରିଡା ପ୍ରମୁଖଯୋଗ ଦେଇ ଥିଲେ । ବରିଷ୍ଟ ସାମ୍ବାଦିକ ଡକ୍ଟର କାହୁଁ ଚରଣ ଶତପଥୀ ସାମ୍ବାଦିକ ଓ ସାହିତ୍ିକ ର ଆବଶ୍ୟକ ଉପରେ ଆଲୋଚନ କରିଥିଲେ। ଏଥି ସହିତ ଆଜି ର ସୋସିଆଲ୍ ମିଡିଆ ଯୁଗ ରେ ମିଛ ଖବର ବଢୁଛି। ଏଭଳି ସମୟ ରେ ସତ୍ୟ, ନିର୍ଭୀକ ଓ ଦାୟିତ୍ୱବାନ ସାମ୍ବାଦିକତା ହିଁ ଗଣତନ୍ତ୍ର କୁ ବଞ୍ଚାଇ ରଖିବ ବୋଲି କହିଥିଲେ     ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସମାଜର ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସାମ୍ବାଦିକଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆଜିର ସମୟରେ ସାମ୍ବାଦିକତା ଅନେକ ଆହ୍ୱାନର ସମ୍ମୁଖୀନ। ସତ୍ୟ ଖବର ପ୍ରକାଶ କଲେ ସାମ୍ବାଦିକମାନେ ଧମକ, ଆକ୍ରମଣ ଓ ଚାପର ଶିକାର ହେଉଛନ୍ତି। ଅନେକ ସାମ୍ବାଦିକ ଆର୍ଥିକ ଅନିଶ୍ଚିତତା ମଧ୍ୟରେ କାର୍ଯ୍ୟ କରୁଛନ୍ତି। ନିୟମିତ ଦରମା, ସାମାଜିକ ସୁରକ୍ଷା, ପେନସନ୍ ଓ ସାମ୍ବାଦିକ ସୁରକ୍ଷା ଆଜିର ମୁଖ୍ୟ ଦାବି ପାଇଁ ଆହ୍ୱାନ ଦେଇଥିଲେ l ଏହି ଅବସରରେ , ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନଙ୍କୁ ଲୋକ ଙ୍କ ସ୍ୱର ହୋଇ କାମ କରିବାକୁ ପଡିବ। କନ୍ଧମାଳ ଜିଲ୍ଲା ର ବିକାଶ, ଶିକ୍ଷା ଓ ଜନ ସମସ୍ୟା କୁ ସରକାର ଙ୍କ ପାଖ ରେ ପହଞ୍ଚାଇବା ରେ ସ୍ଥାନୀୟ ସାମ୍ବାଦିକ ମାନଙ୍କ ଭୂମିକା କୁ ସେ ପ୍ରଶଂସା କରିଥିଲେ।ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ର ସମସ୍ତ ସାମ୍ବାଦିକ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ କାର୍ଯ୍ୟକ୍ରମ ଶେଷ  ରେ ବରିଷ୍ଟ ସାମ୍ବାଦିକ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଜିତ୍ ମହାରଣା ସଭା ସାଙ୍ଗ କରିଥିଲେ। ଏହି ଅବସର ରେ ଜିଲ୍ଲା ର ପ୍ରାୟ ୮୦ ଜଣ ବ୍ଲକ୍ ଓ ଗ୍ରାମା ଅଞ୍ଚଳ ବରିଷ୍ଠ ଓ କନିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ