ଜାତୀୟ ଆଇନ ସେବା ଦିବସ ପାଳିତ

ଗୁଣପୁର, (ୱାଇଏନଏସ): ଜାତୀୟ ଆଇନ ସେବା ଦିବସ ଅବସରରେ ଗୁଣପୁର ତାଲୁକ ଆଇନ ସେବା କମିଟି (TLSC) ପକ୍ଷରୁ ରେଗେଡ଼ା ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଣପୁରର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଦେବଦତ୍ତ ପଟ୍ଟନାୟକ ଯୋଗଦେଇ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ମାଗଣା ଆଇନ ସେବା, ନ୍ୟାୟ ପାଇବାର ଅଧିକାର ଏବଂ ଆଇନ ସହାୟତା ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ବାର୍ ଆସୋସିଏସନ୍ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଲିମା, ବରିଷ୍ଠ ଆଇନଜୀବୀ ଶ୍ରୀ ଉମାଚରଣ ପଟ୍ଟନାୟକ, ସ୍ୱତନ୍ତ୍ର ସରକାରୀ ଓକିଲ (Special PP) ଶ୍ରୀ ପ୍ରଦୀପ କୁମାର ଦାଶ, ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଶ୍ରୀ ମଦନ ସୁନ୍ଦର ପ୍ରଧାନ ଏବଂ ସରପଞ୍ଚ ଶ୍ରୀ ଯୁଗୁଳୁ ସବର ପ୍ରମୁଖ ଉପସ୍ଥିତ ଥିଲେ। ସମାଜର ଆର୍ଥିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକମାନେ ଯେପରି ଅର୍ଥାଭାବରୁ ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାଗଣା ଆଇନ ସହାୟତାର ବ୍ୟବସ୍ଥା ରହିଛି। ଏହି ସୁବିଧାର ଲାଭ ନେବା ସହ ନିଜର ଆଇନଗତ ଅଧିକାର ସମ୍ପର୍କରେ ସଚେତନ ହେବାକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଗ୍ରାମାଞ୍ଚଳରେ ଆଇନ ସଚେତନତାର ପ୍ରସାର ଏବଂ ସାଧାରଣ ଲୋକଙ୍କ ନିକଟରେ ନ୍ୟାୟିକ ସହାୟତା ପହଞ୍ଚାଇବା ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ