ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ୪ ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି ଅଧ୍ଯକ୍ଷା ତଥା ସିଭିଲ କୋର୍ଟ ସିନିୟର ଡିଭିଜନ ର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ବିଦ୍ୟୁତ ବିଭାଗ ଟିପିଏସଓଡିଏଲ ପକ୍ଷରୁ ପଞ୍ଜୀକୃତ ୫୧ ଟି ମାମଲା ର ଚୂଡାନ୍ତ ଶୁଣାଣି କରି ୬ ଲକ୍ଷ ୫୧ ହଜାର ୨୪୯ ଟଙ୍କା ଆଦାୟ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଆଗତ ୨୧ ଟି ଋଣ ସମ୍ପର୍କିତ ମାମଲା ର ଫୈସଲା କରାଯାଇ ୪ ଲକ୍ଷ ୫୨ ହଜାର ୫ ଶହ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ୮ ଟି ଫୌଜଦାରୀ ମାମଲାର ଫୈସଲା କରିଥିଲେ। ସରକାରୀ ଓକିଲ ନକୁଳ ପ୍ରଧାନ, ବିଚାର ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ଶତପଥି ,ଅଞ୍ଜଳି ମହାରଣା, ପ୍ରଦୀପ କୁମାର ପୁରୋହିତ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ରୁଦ୍ର ପ୍ରସାଦ ତାଣ୍ଡିଆ,ପିଲଚୁ ହେମ୍ବ୍ରମ, କେ. ନୋକେୟା , କାଳିଆ ନାୟକ, ବିକ୍ରମ ବେହେରାଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।


